ଓଡ଼ିଆ ଗଣମାଧ୍ୟମ ଯୁଗ ଆରମ୍ଭ ହେବାରେ ଗଞ୍ଜାମ ମାଟିର ଭୂମିକା ରହିଥିଲା ଗୁରୁତ୍ବପୂର୍ଣ୍ଣ – ବାଚସ୍ପତି ସୁରମା ପାଢୀ

ଓଡ଼ିଆ ଗଣମାଧ୍ୟମ ଯୁଗ ଆରମ୍ଭ ହେବାରେ ଗଞ୍ଜାମ ମାଟିର ଭୂମିକା ରହିଥିଲା ଗୁରୁତ୍ବପୂର୍ଣ୍ଣ – ବାଚସ୍ପତି ସୁରମା ପାଢୀ

ଛତ୍ରପୁର – ଓଡ଼ିଆ ଗଣମାଧ୍ୟମ ଯୁଗ ଆରମ୍ଭ ହେବାରେ ଗଞ୍ଜାମ ମାଟିର ଭୂମିକା ରହିଥିଲା ଗୁରୁତ୍ୱପୂର୍ଣ୍ଣ। ବ୍ରହ୍ମପୁରରୁ ପ୍ରଥମେ ପ୍ରକାଶ ପାଉଥିବା ଦୈନିକ ଆଶା ଖବରକାଗଜରେ ଅନେକ ଲେଖା ସମାଜରେ ଅନେକ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥିଲା । ଯାହାକି ଓଡ଼ିଆ ଗଣମାଧ୍ୟମ ଯୁଗ ଆରମ୍ଭ ହେବାରେ ଗଞ୍ଜାମ ମାଟିର ଭୂମିକା ରହିଥିଲା ଗୁରୁତ୍ବପୂର୍ଣ୍ଣ । ଛତ୍ରପୁର ପ୍ରେସ କ୍ଳବ୍ ର ବାର୍ଷିକ ଉତ୍ସବରେ ଉଦଘାଟକ ଭାବରେ ଯୋଗ ଦେଇ ନିଜର ବକ୍ତବ୍ୟରେ କହିଛନ୍ତି ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ।
ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଅନସ୍ଳୋ ଶିକ୍ଷାନୁଷ୍ଠାନ ଖେଳପଡିଆ ପରିସରରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ଖଣି ଇସ୍ପାତ ତଥା ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯୋଗ ଦେଇ ସାମ୍ବାଦିକତା କରୁଥିବା ବ୍ୟକ୍ତିବିଶେଷ ମାନେ ସର୍ବଦା ସମାଜରେ ସେମାନଙ୍କ ସ୍ବତନ୍ତ୍ର ଭାବରେ ନିଜର ବ୍ୟକ୍ତିତ୍ଵ ରହୁଥିବା ବେଳେ ସ୍ପଷ୍ଟଭାସୀ ଓ ନିର୍ଭିକ ଭାବରେ ସମସ୍ତ କାର୍ଯ୍ୟରେ ଯୋଗଦାନ କରି ଖବରକାଗଜ ପରିବେଷଣ ସର୍ବଦା ସମାଜର ହିତ ଉଦ୍ଧେଶ୍ୟରେ ରହିଥାଏ । ଏପରିକି ଆଗାମୀ ଦିନର ବାର୍ଷିକ ବିବରଣୀ ପାଠ ସମୟରେ ପ୍ରେସ କ୍ଳବ୍ ପକ୍ଷରୁ ଖବର ପରିବେଷଣ ମାଧ୍ୟମରେ ନିଜ ଅଞ୍ଚଳର ତଥା ଜିଲ୍ଲାର ଉନ୍ନତି ସାଧନ ହେବା ସହିତ କିଭଳି ପରିବର୍ତ୍ତନ କରିବାରେ ସହାୟକ ହୋଇପାରିଛି ତାହାକୁ ସ୍ଥାନୀତ କରିବାକୁ ଆହ୍ବାନ କରିଥିଲେ ।
କାର୍ଯ୍ୟକ୍ରମରେ ପ୍ରେସ କ୍ଳବ୍ ର ସଭାପତି ରବିନ୍ଦ୍ରନାଥ ପଣ୍ଡା ପ୍ରାରମ୍ଭରେ ସ୍ବାଗତ ଭାଷଣ ସହିତ ପ୍ରେସ କ୍ଳବ୍ ସମ୍ପର୍କରେ ସ°କ୍ଷିପ୍ତ ବିବରଣୀ ପ୍ରଦାନ କରିଥିବା ବେଳେ
କାର୍ଯ୍ୟକ୍ରମରେ ସମ୍ମାନୀତଅତିଥି ଭାବରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ , ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ , ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଭାଜପା ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସୋସିଆଲ ମିଡ଼ିଆର ମୁଖପାତ୍ର ତଥା ବରିଷ୍ଠ ସାମ୍ବାଦିକ ଶ୍ରୀମତି ସୁଜତା ସାବତ , ଛତ୍ରପୁର ଏନ୍.ଏ.ସି ର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହିଥିଲେ।‌

ଏହି ଅବସରରେ ସମାଜସେବୀ ସମାପ୍ତି ପଟ୍ଟନାୟକ , ୟୁରୋକିଡ୍ସ ର ଡିନ୍ ସସ୍ମିତା ମହାପାତ୍ର, କାଉନସିଲ ତଥା ଯୁବ ସମାଜସେବୀ ଦେବାଶିଷ ମିଶ୍ର, ଶିକ୍ଷାବିତ ସୁଧିର ସାହୁ ଙ୍କ ସମେତ ମାଁ ରାମଚଣ୍ଡୀ ମନ୍ଦିର କମିଟିର ଉପଦେଷ୍ଟା କମଳ କୁମାର ପଣ୍ଡା ଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।
କାର୍ଯ୍ୟକ୍ରମରେ ପ୍ରେସ କ୍ଳବ୍ ର ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ ବାର୍ଷିକ ବିବରଣୀ ପାଠ କରିବା ସହିତ ସରକାର ଙ୍କ ପକ୍ଷରୁ ରାଜ୍ୟରେ ପ୍ରଦାନ କରାଯାଉଥିବା ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାରେ ସାମ୍ବାଦିକ ପରିବାରର ପିତା ଓ ମାତାଙ୍କୁ ସାମିଲ କରିବାକୁ ଦାବୀ କରିଥିବା ବେଳେ ପ୍ରେସ କ୍ଳବ୍ ର ଉପସଭାପତି ସନ୍ତୋଷ କୁମାର ମିଶ୍ର ଶେଷରେ ଆନୁଷ୍ଠାନିକ ଭାବରେ ଧନ୍ୟବାଦ ପ୍ରଦାନ କରିବା ସହିତ ସରକାରଙ୍କ ପକ୍ଷରୁ ଜିଲ୍ଲା ସ୍ତରରେ ସ୍ଵୀକୃତିପ୍ରାପ୍ତ ସାମ୍ବାଦିକ ମାନଙ୍କୁ ଚୟନ କରିବା ପ୍ରକ୍ରିୟା ଗଞ୍ଜାମ ଜିଲ୍ଲାରୁ ଆରମ୍ଭ କରିବା ସହିତ ଦେଶର ୧୪ ଗୋଟି ରାଜ୍ୟରେ ସାମ୍ବାଦିକ ମାନଙ୍କୁ ପେନସେନ ପ୍ରଦାନ କରାଯାଉଥିବା ବେଳେ ଆମ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବାକୁ ଦାବୀ କରାଯାଇଥିଲା।
ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ଝୋଟି, ବରିଷ୍ଠ ନାଗରିକଙ୍କ ପ୍ରତିଯୋଗିତା ସହିତ ବିଦ୍ୟାର୍ଥୀଙ୍କ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।‌
ଏହି ଅବସରରେ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା, ଶ୍ରୀକାନ୍ତ ମହାନ୍ତି, କ୍ଷୀରୋଦ ଚନ୍ଦ୍ର ସାହୁ,ଯୁଗ୍ମ ସଂପାଦକ ଦେବବ୍ରତ ପଣ୍ଡା, କୋଷାଧ୍ୟକ୍ଷ କେ.ସତ୍ୟ ନାରାୟଣ ରେଡି, ସାମ୍ବାଦିକ ବିସ୍ମୟ ପ୍ରଧାନ, ଅଜିତ ସ୍ବାଇଁ,ସୁଧୀର ନାୟକ, ରବିନ୍ଦ୍ର ନାହାକ,ବିରେନ ରାଉଳ,ବସନ୍ତ ମହାରଣା,ପ୍ରଶାନ୍ତ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ କରିଥିବା ବେଳେ ଛତ୍ରପୁର ପ୍ରେସ କ୍ଳବ୍ ର ବହୁ ସଦସ୍ୟଙ୍କ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରେସ କ୍ଳବର ବରିଷ୍ଠ ସାମ୍ବାଦିକ ଓ ଗଣମାଧ୍ୟମ ପ୍ରତିନିଧି ଓ ଜନପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published. Required fields are marked *