ବିରିଡି ବ୍ଲକ କୃଷି କାର୍ଯ୍ୟାଳୟ ଠାରେ ଚାଷୀଙ୍କ ବିକ୍ଷୋଭ
ବିଜେଡି ଶାସନ ଅମଳରେ ବିରିଡି ବ୍ଳକରେ ଚାଷୀ ଚିହ୍ନଟ ପ୍ରକ୍ରିୟା , ବିହନ ବିତରଣରେ ଅହେତୁକ ବିଳମ୍ବ ଓ ବ୍ଲକ କୃଷି କାର୍ଯ୍ୟଳୟର ଚାଷୀଙ୍କ ପାଇଁ ବିଭିନ୍ନ ଉନ୍ନୟନମୂଳକ ଯୋଜନା ପ୍ରଦାନରେ ପକ୍ଷପାତିତା ଓ ଅନିୟମିତତା ନେଇ ବିରିଡି ବ୍ଲକ ଭାରତୀୟ ଜନତା ପାର୍ଟି ତରଫରୁ ବ୍ଲକ କୃଷି କାର୍ଯ୍ୟଳୟକୁ ଶାନ୍ତିପୂର୍ଣ୍ଣ ଭାବେ ଘେରାଉ କରାଯାଇ ଯଥାଶୀଘ୍ର ଏହି ସବୁ ସମସ୍ୟାର ସମାଧାନ କରାଯିବାକୁ ଦାବି କରିଛନ୍ତି । ବିଭିନ୍ନ ସ୍ଥାନ ମାନଙ୍କରେ ବିହନ ଲୁଟ ବିକ୍ରି ହେଉଥିବା ଅଭିଯୋଗ କରିଥିଲେ। ନୂଆ ସରକାର ଆସିବା ପରେ କିଛି ମୃଷ୍ଟି ମୟ ଲୋକ ପୁରୁଣା ଅଭ୍ୟାସ ଜନିତ ଢାଞ୍ଚାରେ ରହି ଦୁର୍ନୀତି କରୁଥିବା ଅଭିଯୋଗ କରିଛନ୍ତି। ଜିଲ୍ଲା କୃଷି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଭାରତୀୟ ଜନତା ପାର୍ଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଖୁବ ଶୀଘ୍ର ଚାଷୀ ଚିହ୍ନଟ କରାଯିବା ସହ ଅନ୍ୟ ସମସ୍ୟା ଗୁଡିକ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ଜଗତସିଂହପୁର ରୁ ରୀତା ସାହୁ
