ରଘୁନାଥପୁର ମଣ୍ଡଳ ସ୍ତରୀୟ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ରଘୁନାଥପୁର ମଣ୍ଡଳ ସ୍ତରୀୟ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ. ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୁଣ ଓଡିଶା ମେଳା ସଭାପତି BEO ବିଜୟ କୁମାର ସ୍ଵାଇଁ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି. ଏହି ନିପୁଣ ମେଳାରେ ମୁଖ୍ଯବକ୍ତା ABEO ଆଶୁତୋଷ ବାନାର୍ଜୀ,ଆଂଚଳିକ ସାଧନ କେନ୍ଦ୍ରର ସଂଯୋଜକ ଦିଲୀପ କୁମାର ସ୍ଵାଇଁ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିଲେ. ନିର୍ମଳେଣ୍ଡୁ ସୋମ୍ ମଞ୍ଚ ପରିଚାଳନା କରିଥିଲେ .ଅତିଥି ଭାବେ dIET ର ଶିକ୍ଷିକା ଓ ପ୍ରଶିକ୍ଷିକା ଜୋସ୍ନା ରାଣୀ ଦାସ ଯୋଗ ଦେଇଥିଲେ. ପ୍ରଧାନ ଶିକ୍ଷୟିତ୍ରୀ ସୁସମା ଦଲେଇ ,BRCC ରଜନୀକାନ୍ତ ରାୟ,ଓସେପା ର ଅଧିକାରୀ ସୌମ୍ଯ ରଂଜନ ଦାସ ,ବିଶ୍ୱରଞ୍ଜନ ଦାସ ଯୋଗ ଦେଇଥିଲେ. ଏହି ମେଳାରେ ପ୍ରଚଳିତ ଶିକ୍ଷା ପଦ୍ଧତି କୁ କିପରି ନୁତନ ଶିକ୍ଷା ପଦ୍ଧତି

ବିଷୟରେ ଆଲୋକପାତ କରିଥିଲେ .9ଟି କ୍ଳଷ୍ଟର ସମସ୍ତ ସ୍କୁଲ ଭାଗ ନେଇଥିଲେ,ପ୍ରତି କ୍ଳଷ୍ଟର ରୁ 22 ଟା ପ୍ରୋଜେକ୍ଟ ପ୍ରଦର୍ଶିତ ହୋଇଥିଲା. ଏହି ନିପୁଣ ଓଡିଶା ରେ ପିଲାମାନେ ଆଣିଥିବା ସାକ୍ଷରତା ଷ୍ଟଲ୍ ଓ ସଂଖ୍ୟା ଜ୍ଞାନ ଷ୍ଟଲ୍ ସୃଜନଶୀଳତା ଷ୍ଟଲ୍ କୁ ସମସ୍ତ ଅଭିଭାବକ ବୁଲି ଦେଖିଥିଲେ ଓ ସେମାନଙ୍କ ମତ ରଖିଥିଲେ. ସର୍ବଶେଷରେ ସୁକାନ୍ତ କୁମାର ଦ୍ବିବେଦୀ ଧନ୍ଯବାଦ୍ ଅର୍ପଣ କରିଥିଲେ. ସମସ୍ତ CRCC,ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖ ଏହି ନିପୁଣ ମେଳାରେ ସହଯୋଗ କରିଥିଲେ.

ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ

Leave a Reply

Your email address will not be published. Required fields are marked *