ଜିଲ୍ଲା ସ୍ତରୀୟ “ବିକଶିତ ଗାଁ, ବିକଶିତ ଓଡ଼ିଶା” ଯୋଜନା ର ଶୁଭାରମ୍ଭ

ଆଜି ଖୋର୍ଦ୍ଧା ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିକଶିତ ଗାଁ ବିକଶିତ ଓଡ଼ିଶା ର ଶୁଭାରମ୍ଭ କରିଥିବା ବେଳେ ଜଗତସିଂହପୁର ଜିଲ୍ଲାର ୮ଟି ବ୍ଲକରେ ଜିଲ୍ଲା ସ୍ତରୀୟ “ବିକଶିତ ଗାଁ, ବିକଶିତ ଓଡ଼ିଶା” ଯୋଜନା ର ଶୁଭାରମ୍ଭ କରାଯାଇଛି । ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକରେ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ଜଗତସିଂହପୁର ବ୍ଲକରେ ବିଧାୟକ ଅମରେନ୍ଦ୍ର ଦାସ ଯୋଗ ଦେଇଥିଲେ । ତେବେ ଗାଁ ର ବିକାଶ ବିନା ଓଡ଼ିଶାର ର ବିକାଶ ଅସମ୍ଭବ ।ସେଥିପାଇଁ ରାଜ୍ୟ ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଆରମ୍ଭ ହୋଇଛି । ଏହି ଯୋଜନା ମାଧ୍ୟମରେ ଗାଁ ର ଭିତ୍ତିଭୂମି ବିକାଶ ପାଇଁ ବର୍ଷ କୁ ହଜାରେ କୋଟି ଲେଖାଏଁ ପାଞ୍ଚ ବର୍ଷ ରେ ମୋଟ ପାଞ୍ଚ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଗାଁ ର ବିକାଶ ପାଇଁ ଆବଶ୍ୟକ ପ୍ରକଳ୍ପ ଗୁଡିକୁ ଗ୍ରାମ ସଭାରେ ହିଁ ସ୍ଥିର କରାଯିବ ବୋଲି ବିଧାୟକ କହିଛନ୍ତି ।

ଜଗତସିଂହପୁରରୁ ରୀତା ସାହୁ

Leave a Reply

Your email address will not be published. Required fields are marked *