ଏକଲ ଅଭିଯାନ ତରଫରୁ ରାଷ୍ଟ୍ରୀୟଖେଳ-କୁଦ ସମାରୋହ ପାଇଁ ଭୂମି ପୂଜନ

ଏକଲ ଅଭିଯାନ ତରଫରୁ ରାଷ୍ଟ୍ରୀୟଖେଳ-କୁଦ ସମାରୋହ ପାଇଁ ଭୂମି ପୂଜନ ଭୁବନେଶ୍ଵର : ଏକଲ ଅଭିଯାନ, ଅଭ୍ୟୁଦୟ ୟୁଥ୍ କ୍ଲବ୍ ତରଫରୁ ଚଳିତ ବର୍ଷ ଫେବୃୟାରୀ ୮, ୯ ଏବଂ ୧୦ତାରିଖରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ଠାରେ ରାଷ୍ଟ୍ରୀୟ ଖେଳ-କୁଦ ସମାରୋହ ଆୟୋଜିତ ହେବାକୁ ଯାଉଅଛି। ଏହି ସମାରୋହ ପାଇଁ ଭୂମି ପୂଜନ ସମ୍ପନ୍ନ ହୋଇଛି।ଏହି ସମାରୋହ ଏକ ସମର୍ଥ ଏବଂ ସଶକ୍ତ ରାଷ୍ଟ୍ରର ନିର୍ମାଣ ପାଇଁ ୟୁବଗୋଷ୍ଠୀଙ୍କୁ ଏକତ୍ର ବିକଶିତ କରିବା ସହ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ସମ୍ମାନଜନକ ଅବସର ପ୍ରଦାନ କରି ଅନ୍ତରାଷ୍ଟ୍ରୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିପାରିବ। ରାଷ୍ଟ୍ର ନିର୍ମାଣର ମୂଳଧାର ହେଉଛି ସଶକ୍ତ ଯୁବ ଗୋଷ୍ଠୀ ଯାହା ଶାରିରୀକ, ମାନସିକ ଓ ଆଧ୍ୟାତ୍ମିକ ରୂପରେ ବିଚାରଯୁକ୍ତ ଓ ସକ୍ଷମ ଥିବେ । ଦେଶର ଯୁବକଙ୍କ ପ୍ରଗାଢ ବିଶ୍ଵାସ, ଇଛାଶକ୍ତି, ରଚନାତ୍ମକ ପ୍ରତିଭା ତଥା ଆନ୍ତରିକ ଓ ବାହାର ପକ୍ଷର ସମଗ୍ର ବିକାଶ ପାଇଁ ଏକ ଉପଯୁକ୍ତ ବାତାବରଣର ଆବଶ୍ୟକ‌ତା ରହିଛି ଯାହାକୁ ଆଖି ଆଗରେ ରଖି ଏକଲ ଅଭିଯାନ, ଅଭ୍ୟୁଦୟ ୟୁଥ୍ କ୍ଲବ୍ ଗଠନ ହୋଇଛି । ଏଥିରେ

ଏଥେଲେଟିକ୍ସ, କୁସ୍ତି, କବାଡି ଓ ଯୋଗ ଆଦି ଉପରେ ପ୍ରାଥମିକତା ଦିଆଯିବ। ଗ୍ରାମ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଖେଳାଳୀଙ୍କୁ ବ୍ଲକ୍ ସ୍ତରରେ, ବ୍ଲକ୍ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଖେଳାଳୀଙ୍କୁ ଅଞ୍ଚଳ ସ୍ତରରେ, ଅଞ୍ଚଳ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଖେଳାଳୀଙ୍କୁ ରାଜ୍ୟ ସ୍ତରରେ ଏବଂ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଖେଳାଳୀଙ୍କୁ ରାଷ୍ଟ୍ରୀୟ ସ୍ତରରେ ଆୟୋଜିତ ହେଉଥିବା ଖେଳ କୁଦ କାର୍ଯ୍ୟକ୍ରମରେ ଖେଳିବାର ଅବସର ମିଳିବ। ଏହି କାର୍ଯ୍ୟକ୍ରମ ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଜୟ ଅଗ୍ରୱାଲ, ମାଧବେନ୍ଦ୍ର ସିଂ, ମନସୁଖଲାଲ ସେଠୀଆ, ପ୍ରକାଶ ଚନ୍ଦ୍ର ଭୁରା, ସାନୁ ଦାସ, ପ୍ରିୟ ରଞ୍ଜନ ଚୌଧୁରୀ, ବଚରାଜ ବେତାଲା, ସୁରେଶ ଚନ୍ଦ୍ର ଅଗ୍ରୱାଲ, ଏକତା ଚୌଧୁରୀ, ଶ୍ଵେତା ଅଗ୍ରୱାଲ, ନଥମଲ ଜଲାନ, ଅନିଲ ଅଗ୍ରୱାଲ ଏବଂ ନବରତ୍ନ ବୋଥରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *