ଭିଡ଼ିଓ କୋନଫେରେନ୍ସ ରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭିଡ଼ିଓ କୋନଫେରେନ୍ସ ରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ।ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ।ଲକ୍ଷ୍ମୀପୁର, ୫/୨ ( )କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ମହକୁମା ବ୍ଲକ ପଡିଆ ଠାରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଲକ୍ଷ୍ମୀପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେଶ୍ୱର ଭୋଇଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ବ୍ଲକ ଅଧ୍ୟକ୍ଷା ଶୁଆଇ କୁଲେସିକା, ଉଧ୍ୟାକ୍ଷା ଆରତୀ କୂଳଦୀପ, ନକୁଳ ବିଶୋଇ, ଜିଲା ଉପ ସଭାପତି, ମଣ୍ଡଳ ସଭାପତି ଅନନ୍ତ ହୁଈକା, କୈଳାଶ ଚନ୍ଦ୍ର କୁଲେସିକା, ପ୍ରସାଦ ଖରା, ଦେବ ଖରା, ଉଦୟ ହିକକା ଆଦିବାସୀ ମୋର୍ଚ୍ଚା ସମ୍ପାଦକ ଏବଂ୧୩ଟି ପଞ୍ଚାୟତ ସରପଞ୍ଚ ,ସମିତି ସଭ୍ୟ ଉପସ୍ଥିତ ରହି ଥିଲେ।ଏହି କାର୍ଯ୍ୟ କ୍ରମକୁ ବ୍ଲକନିର୍ବାହୀ ଯନ୍ତ୍ରୀ ଏମ.ପବନ କୁମାର,ଜିପିଓ ସୁଧୀର କୁମାର ବେହେରା ,ଜେଇ,ଏମଆଇ ଆଦିତ୍ୟ ନାୟକ ,ପିଇଓ,ଜିଆରଏସ,ଏଡିଓଏବଂ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।ବିକଶିତ ଗାଁ ଓ ବିକଶିତ ଓଡିଶା କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମ ବିକଶିତ ଗାଁ ଓ ବିକଶିତ ଓଡିଶା ଉଦେଶ୍ୟ କିପରି ଭାବରେ ଗାଁ ଠାରୁ ଓଡିଶା ପର୍ଯନ୍ତ ବିକାଶ ହେବ ତାହାକୁ ନେଇ ଏହି ଯୋଜନା ଆରମ୍ଭ କରାଯାଇଛି ବୋଲି କହିଛନ୍ତି।ଏହି କାର୍ଯ୍ୟ୫ବର୍ଷ ମଧ୍ୟରେ ପାଖାପାଖି ୫ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।କିପରି ମୌଳିକ ଭିତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ଵ୍ୟଵସ୍ଥାର ସୁଦୃକୀକରଣ ।ବିଶେଷ ଭାବରେ ଅନୁନ୍ନତ ଜନଜାତି ସମୁଦାୟ ବସବାସ କରୁଥିବା ଅଞ୍ଚଳରେ ଆଭ୍ୟନ୍ତରୀଣ ଓ ଆନ୍ତ୍ୟ ଗ୍ରାମ୍ୟ ସଡକ ସଂଯୋଗୀକରଣ। କ୍ଷୁଦ୍ର ପର୍ଯ୍ୟଟନ ସ୍ଥଳୀର ବିକାଶ ଓ ଉନ୍ନତି କରଣ ।ଶିକ୍ଷା ଓ କ୍ରୀଡା ଭିତ୍ତି ଭୂମି ସମ୍ପ୍ରସାରଣ ଓ ଆଧୁନିକୀକରଣ ।ନୂତନ ଅଭିନବ ଜନମଙ୍ଗଲ କାରୀ ବହୁମୁଖୀ ପ୍ରକଳ୍ପ ନିର୍ମାଣ ଓ କାର୍ଯ୍ୟlନୁୟନ ।କରିବା ପାଇଁ ଏହି ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବାର କହିଥିଲେ।ଏହି କାର୍ଯ୍ୟ କ୍ରମରେ ଲକ୍ଷ୍ମୀପୁର ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଉପସ୍ଥିତ ରହି ଥିଲେ।ଶାନ୍ତି ଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସ ମୃତୁୟନ ହୋଇଥିଲେ।ଏହି କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଥିବା ବେଳେ କୈଣସି ଲାଇନ ବିଭାଗୀୟ ଅଧିକାରୀଙ୍କ ଦେଖା ମିଳିନଥିଲା ।ଏହି କାର୍ଯ୍ୟକ୍ରମରେ କିପରି ଅନୁପସ୍ଥିତ ରହିଥିଲେ ତାହାକୁ ନେଇ ଚର୍ଚ୍ଚା ହେଉଛି।ଗୋଟିଏ ପଟେ ସରକାର ଗାଁ ଠାରୁ ବିକଶିତ କରାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଅଧିକାରୀଙ୍କ ଅନୁପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମ ରେ କେବଳ ବ୍ଲକ ଓ ପଞ୍ଚାୟତ କର୍ମଚାରୀଙ୍କ ଦେଖା ମିଳିଥିଲା।

ଲଷ୍ମୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର

Leave a Reply

Your email address will not be published. Required fields are marked *