କଟସାହି ସମବାୟ ସମିତିରେ ଅନିୟମିତତା ପ୍ରସଙ୍ଗ ସମ୍ପାଦକଙ୍କ ବିରୋଧରେ ବିଜେପି ଜିଲ୍ଲାପାଳ ଙ୍କୁ ଦାବି ପତ୍ର
ଧାନ କିଣା ପୁସଙ୍ଗରେ ଭଦ୍ରକ ଜିଲ୍ଲାପାଳଙ୍କ ଚାଷୀ ବେଶରେ ଅଚାନକ ଚଢ଼ଉ ପରେ ଧାମନଗର ବୃକ କଟସାହି ସେବା ସମବାୟ ସମିତିର ସମ୍ପାଦକଙ୍କୁ ମଣ୍ଡି ଦାଇତ୍ୱରୁ ହଟାଇ ଦିଆଯାଇଛି। ଏହି ବିବାଦୀୟ ଘଟଣାରେ ସମ୍ପୃକ୍ତ ସମ୍ପାଦକଙ୍କ ବିରୋଧରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣି ବିଜେପି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ବୁଧବାର ସନ୍ଧ୍ୟାରେ କଟସାହି ପଞ୍ଚାୟତ ବିଜେପି ପକ୍ଷରୁ ସହିଦନଗର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଦାବି ସହ ଜିଲ୍ଲାପାଳଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଛି। ରମେଶ ଚନ୍ଦ୍ର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମ୍ମିଳନୀରେ ବିବିସିସ ବ୍ୟାଙ୍କର ପ୍ରାକ୍ତନ ସଭାପତି ତଥା କଟସାହି ସମିତିର ସଦସ୍ୟ ରଘୁନାଥ ଲେଙ୍କା ଯୋଗଦେଇ କଟସାହିଁ ସମିତିରେ ଗତ କିଛି ଦିନ ମଧ୍ୟରେ ଦୁର୍ନୀତିସୀମା ଅତିକ୍ରମ କରିଥିବା କହିଛନ୍ତି। ସରକାର କଟନି ଛଟନିକୁ ବନ୍ଦ କରିଥିଲା ବେଳେ ଏହି ସମିତିରେ ବିଭିନ୍ନ ଆଳରେ ୭ରୁ ୮ କେଜି କାଟ କରାଯାଉଛି। ଉଦ୍ଦେଶ୍ୟମୂଳକ ଭାବେ ଚାଷୀଙ୍କ ଧାନକୁ କିଣା ନଯାଇ ପକାଇ ରଖାଯାଉଛି । ଧାନ କିଣିବା ବେଳେ ଓଜନରେ ମଧ୍ୟ ଚାଷୀଙ୍କୁ ଶୋଷଣ କରାଯାଇଛି । ଏହାର ପ୍ରମାଣ ଭଦ୍ରକ ଜିଲ୍ଲାପାଳ ନିଜେ ଅନୁଭବ କରିବା ପରେ ସମିତିର ସମ୍ପାଦକ ବିନୟ ଦଳାଇଙ୍କ ଠାରୁ ଧାନ କିଣା ଦାଇତ୍ଵ କାଢି ଭାରତୀୟ ଜନତା ପାର୍ଟି କୁ ଦାୟିତ୍ୱ ପ୍ରଦାନ କରିଛି। ସମ୍ପାଦକ ଏବଂ କେତେକ ମୁଷ୍ଟିମେୟ ବ୍ୟକ୍ତିଙ୍କ ମନ୍ଦ କାର୍ଯ୍ୟ ଯୋଗୁଁ ଏବେ କଟସାହି ସମିତି ତା’ର ପୂର୍ବ ପ୍ରତିଷ୍ଠା ହରାଇ ବସିଛି। ଏକଦା ସମିତିରେ ସର୍ବାଧିକ ଏସଏଚଜି ଗ୍ରୁପ ସେମାନଙ୍କ ସମ୍ପୃତ୍ତି ରଖି ରାଜ୍ୟରେ ଏକ ନମ୍ବର ହୋଇଥିଲାବେଳେ ଏବେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ସରକାର ବିଭିନ୍ନ କ୍ଷେତ୍ରରେ ଚାଷୀଙ୍କ ଋଣ ଉପରେ ସୁଧ ଛାଡ଼ କରିଥିଲେ ମଧ୍ୟ ସମିତିରେ ଏହାକୁ ଆଦାୟ କରାଯାଇ ଅର୍ଥ ଆତ୍ମସାତ କରାଯାଉଛି । ଧାନ କିଣା ଘଟଣାରେ ସମିତିର ସମ୍ପାଦକ କ୍ରୟ କମିଟି ଏବଂ ସଦସ୍ୟଙ୍କୁ ଅନ୍ଧାରରେ ରଖ୍ ବ୍ୟାପକ ଅନିୟମିତତା, କରିଛନ୍ତି। ଜିଲ୍ଲାପାଳଙ୍କ ପରିଦର୍ଶନ ପରେ ସମ୍ପାଦକଙ୍କ ଅସଲ ମୁଖା ଖୋଲିଛି । ତାଙ୍କର ଅନେକ ଦୁର୍ନୀତି ଓ ଅନିୟମିତତାର ଗୁମର ଖୋଲୁନାହିଁ । ଏଣୁ ଉପଯୁକ୍ତ ତଦନ୍ତ କରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଏଥି ସହିତ ଦିନ ଦିନ ଧରି ଖୋଲା ଆକାଶ ତଳେ ପଡ଼ିବା ହଜାର ହଜାର ବସ୍ତା ଧାନକୁ ତୁରନ୍ତ କିଣିବା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଙ୍କୁ ବିଜେପି ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି । ପ୍ରାକ୍ତନ ସରପଞ୍ଚ ଗୟାଧର ନାୟକ, ପ୍ରଶାନ୍ତ ପତି, ରାମକୃଷ୍ଣ ତ୍ରିପାଠୀ, ଚକ୍ରଧର ବାରିକ, ଗଙ୍ଗାଧର ପାଣିଗ୍ରାହୀ, ଉମାକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
