ବ୍ୟାସନଗରକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ସୁଭଦ୍ରା ଯୋଜନା କାର୍ଯ୍ୟକ୍ରମକୁ ନେଇ ଉମାପଦା କାର୍ଯ୍ୟାଳୟରେ ବିଧାୟକଙ୍କ ସାମ୍ବାଦିକ ସମ୍ମିଳନୀ l

ବ୍ୟାସନଗର ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ l ତେବ ମୁଖ୍ୟମନ୍ତ୍ରୀ ବ୍ୟାସନଗରକୁ ଆସିବାକୁ ନେଇ ବିଜେପି ଦଳ ମହଲରେ ଉତ୍ସାହ ଭରିଯାଇଛି l ବ୍ୟାସନଗର ସହରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ନେଇ ଆଜି ବିଧାୟକ ଆକାଶ ଦାସନାୟକ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି l ତେବେ ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ବ୍ୟାସନଗର ସହରରେ ପହଂଚିବା ପରେ ପ୍ରଥମେ ବ୍ୟାସ ସରୋବର ପର୍ଯ୍ୟଟନ ସ୍ଥଳୀ ଓ ପରବର୍ତୀ ଅବସ୍ଥାରେ ଟାଉନ ହଲକୁ ଉଦଘାଟନ କରିବେ ବୋଲି ସୂଚନା ମିଳିଛି l ତେବେ ନୂତନ ପ୍ରକଳ୍ପ ଗୁଡିକ ଉଦଘାଟନ ସାରିବା ପରେ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯାୟ ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଧାୟକ ଶ୍ରୀ ଦାସନାୟକ l

ସେପଟେ ଆସନ୍ତାକାଲି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଆଇନ ଶୃଙ୍ଖଳା ବ୍ୟବସ୍ଥାର ପ୍ରସ୍ତୁତିକୁ ନେଇ ବ୍ୟାସ ସରୋବର ରେ ପ୍ରତିକ୍ରିୟା ଦେଲେ ଏସପି
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *