ଜଟଣୀ ମହାବିଦ୍ୟାଳୟ ଓଡିଆ ବିଭାଗର ପାଠ ଚକ୍ର ଅନୁଷ୍ଠିତ

ଜଟଣୀ ମହାବିଦ୍ୟାଳୟ ଓଡିଆ ବିଭାଗର ପାଠ ଚକ୍ର ଅନୁଷ୍ଠିତ ସାହିତ୍ୟ ହିଁ ଜୀବନ ଜୀଇଁ ବାର ଅନନ୍ୟ ମାଧ୍ୟମ ଜଟଣୀ ତା ୦୭-୦୨-୨୫ ଜଟଣୀ ମହାବିଦ୍ୟାଳୟ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ପାଠ ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ପାଠ ଚକ୍ରରେ ଆଲୋଚକ ଭାବେ କବି ସୂର୍ଯ୍ୟ ମିଶ୍ର ଯୋଗ ଦେଇ କହିଥିଲେ କି “ସାହିତ୍ୟ କାଳ ଜୟୀ । କାଳଜୟୀ ସାହିତ୍ୟ ଆତ୍ମାର କଥା କହେ । ସାହିତ୍ୟ ହିଁ ଜୀବନ ଜୀଇଁବାର ଅନନ୍ୟ ମାଧ୍ୟମ ।” ଆୟୋଜିତ ପାଠ ଚକ୍ରରେ ମହାବିଦ୍ୟାଳୟ ଓଡିଆ ବିଭାଗ ମୁଖ୍ୟ ଡ ତପନ କୁମାର ମିଶ୍ର ପୌରହିତ୍ୟ କରିଥିବା ବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ରାଜୀବ କୁମାର କର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସମାଜ ଗଠନରେ ସାହିତ୍ୟର ଭୂମିକା ବିଷୟରେ ଆଲୋଚନା କରିଥିଲେ । ଇଂରାଜୀ ଅଧ୍ୟାପକ ଅନୀଲ କୁମାର ନନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ କି ସାହିତ୍ୟ ହେଉଛି ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ଓ ସୁସ୍ଥ ସମାଜ ଗଠନରେ ଏହା ମୂଖ୍ୟ ପୁରୋଧା । ଅଧ୍ୟାପିକା ପୁଷ୍ପାଞ୍ଜଳି ସାମଲ ପାଠ ଚକ୍ର ବିଷୟରେ ସମ୍ୟକ ସୂଚନା ଦେଉଥିବା ବେଳେ ଅଧ୍ୟାପକ ଡ ଆଲୋକ ଛୋଟରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ସୁପ୍ରଭା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଓଡିଆ ବିଭାଗର ଛାତ୍ର ଛାତ୍ରୀ କାଜଲ ପଣ୍ଡା, ସୁଶ୍ରୀ ସଙ୍ଗୀତା ଦାସ,ଦେବାଶିଷ ବାରିକ,ଓ କିରଣ ଦାଶ ପ୍ରମୁଖ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ସନ୍ଦର୍ଭ ପାଠ କରିଥିଲେ । ଏହି ଅବସରରେ କବି ସୂର୍ଯ୍ୟ ମିଶ୍ରଙ୍କୁ ମାନ ପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପକ ବାଳକୃଷ୍ଣ ଚୌଧୁରୀ, କାର୍ତ୍ତିକ ଚନ୍ଦ୍ର ଦାସ, ଦୀପ ସୁନ୍ଦର ବେହେରା, ଅମିତ ବିକ୍ରମ ପଟ୍ଟନାୟକ, ସମରେନ୍ଦ୍ର ମହାପାତ୍ର, ପରିମିତା ପ୍ରହରାଜ, ଗଣେଶ୍ୱର ମଲ୍ଲିକ, ପ୍ରଦୀପ କୁମାର ମହାରଥୀ, ଭାଗ୍ୟଶ୍ରୀ ନାୟକ, ସ୍ନେହା ସୌଭାଙ୍ଗୀ, ପ୍ରଣିତା ପ୍ରହରାଜ, ପ୍ରତାପ କୁମାର ମହାପାତ୍ର, ସୁଜାତା ନନ୍ଦ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଜଟଣୀରୁ ସ୍ଵତନ୍ତ୍ର ପ୍ରତିନିଧି ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *