ପିଡିଏସ ମାଣ୍ଡିଆ ନ ମିଳିବାରୁ ଗ୍ରାମବାସୀ ଘେରାଉ କଲେ ପଞ୍ଚାୟତ ଅଫିସ
ପିଡିଏସ ମାଣ୍ଡିଆ ନ ମିଳିବାରୁ ଗ୍ରାମବାସୀ ଘେରାଉ କଲେ ପଞ୍ଚାୟତ ଅଫିସ ଟିକିରି, ୦୭/୦୨ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ବକେୟା ପିଡିଏସ ମାଣ୍ଡିଆ ନ ମିଳିବାରୁ ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ କାହ୍ନୁଗୁଡା ଗ୍ରାମବାସୀ ଗୋରଖପୁର ପଞ୍ଚାୟତ ରେ ବସି ରହିଛନ୍ତି l ଆଜକୁ ତିନିଦିନ ହେବ ଏହି ପରି ବସି ରହିଛନ୍ତି।କାଶିପୁର ଯୋଗାଣ ନିରିକ୍ଷକ ପ୍ରଶାନ୍ତ ଦାସ,ସହୋଯଗୀ ଯୋଗାଣ ଅଧିକାରୀ ଏସ ଭୋଇ ଆନ୍ଦୋଳନ ଗ୍ରାମବାସୀ ଙ୍କ ଆଲୋଚନା କରିଥିଲେ।ଉକ୍ତ ପଞ୍ଚାୟତରେ ୨୦୭୦ ଟି ରାସନ କାର୍ଡଧାରୀ ରହିଥିବା ବେଳେ ୨୦୨୪ ମସିହା ସେପ୍ଟେମ୍ବର ମାସରେ ପ୍ରତି କାର୍ଡପିଛା ୩୫କେଜି ହିସାବରେ ୧୮୧୦ ଜଣ କାର୍ଡଧାରୀଙ୍କୁ ୬୩୩ କୁଇଣ୍ଟାଲ ମାଣ୍ଡିଆ ଦିଆଯାଇଥିଲା।ମାଣ୍ଡିଆ ନିଅଣ୍ଟ ହେବାରୁ ୨୬୦ ଜଣ କାର୍ଡଧାରୀଙ୍କୁ କିଛିଦିନ ଅପେକ୍ଷା କରିବାକୁ କୁହାଯାଇଥିଲା।ମାଣ୍ଡିଆ ଆସିନଥିବାରୁ ଏହି କାର୍ଡଧାରୀ ଙ୍କୁ ଦିଆଯାଇନି।ବର୍ତମାନ ସମସ୍ତ କାର୍ଡପିଛା ୫କିଲ ମାଣ୍ଡିଆ ଦିଆଯାଉଥିବାରୁ ଆଗରୁ ରହିଯାଇଥିବା ୩୫କିଲ ମାଣ୍ଡିଆ ଦିଆଯାଉ ବୋଲି କାହ୍ନୁଗୁଡା ଗ୍ରାମବାସୀ ଦାବି କରୁଛନ୍ତି।ଗ୍ରାମର ପ୍ରାୟ ୮୦ ପ୍ରତିଶତ କାର୍ଡଧାରୀ ପାଇନାହାନ୍ତି ।ଏବେ ଦିଆଯାଉଥିବା ୫କିଲ ମାଣ୍ଡିଆ ମଧ୍ୟ ନେଉନାହାନ୍ତି ଆଗର ୩୫ କିଲ ମାଣ୍ଡିଆ ସହ ୪୦ କିଲ ମାଣ୍ଡିଆ ଦେଲେହିଁ ନେବୁ ବୋଲି ଗ୍ରାମବାସୀ ଅଡିବସିଛନ୍ତି।ଜିଲ୍ଲା ପ୍ରଷାସନ ଏଦିଗରେ ହସ୍ତକ୍ଷେପ କରି ଆବଶ୍ୟକ ପଦକ୍ଷେପ ନେବାପାଇଁ ଦାବି ହେଉଛି।
କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର
