ବ୍ୟାସ ସରୋବର ମେଳା ଓ ମହୋତ୍ସବ
ବ୍ୟାସ ସରୋବର ମେଳା ଓ ମହୋତ୍ସବରେ ବ୍ୟତିକ୍ରମ ଦର୍ଶାଇ ପୌର କାର୍ଯ୍ୟାଳୟରେ ଉପାଧ୍ୟକ୍ଷ ଓ କାଉନସିଲର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି। ପ୍ରତିବର୍ଷ ଏହି ମେଳା ଓ ମହୋତ୍ସବକୁ ପୌରପାଳିକା ଆୟୋଜନ କରୁଥିବା ବେଳେ ଚଳିତବର୍ଷ ପୌରାଧ୍ୟକ୍ଷା ମନମାନି କରି ବିଭିନ୍ନ ବ୍ୟତିକ୍ରମ କରୁଥିବା କାଉନସିଲର ମାନେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ଏହି ମହୋତ୍ସବ ପାଇଁ ଜାନୁଆରୀ ୩ ତାରିଖ ଦିନ ପୌର ପରିଷଦର ଅଧ୍ୟକ୍ଷା,ଉପାଧ୍ୟକ୍ଷ, ନିର୍ବାହୀ ଅଧିକାରୀ ଓ ସମସ୍ତ ୨୬ ଜଣ କାଉନସିଲର ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଅତିଥି ଚୟନ ଓ ସମ୍ବର୍ଦ୍ଧନା ନେଇ ସମସ୍ତଙ୍କ ସହମତିରେ ଏକ ରିଜୋଲେସନ୍ ପାସ୍ କରାଯାଇଥିଲା। ହେଲେ ବର୍ତମାନ ଏହି ରିଜୋଲେସନ୍ କୁ ଅବମାନନା କରି ଖୋଦ ପୌରାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀ ନିଜ ମନମାନିରେ ସମସ୍ତ କାର୍ଯ୍ୟ କରୁଥିବା କାଉନସିଲର ମାନେ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ତେବେ ଆଗାମୀ ଦିନରେ ଯଦି କାଉନସିଲର ପ୍ରସ୍ତାବ କାୟମ ନରହେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ଉପାଧ୍ୟକ୍ଷ ଓ କାଉନସିଲର ମାନେ l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
