ପଞ୍ଚ ଦିବସୀୟ ତାଲିମ ଶିବିର “ପ୍ରେରଣା” ଉଦଯାପିତ
ବ୍ରହ୍ମପୁର, ରଙ୍ଗେଇଲୁଣ୍ଡା ବ୍ଲକ ରେ ସ୍ଥାନୀୟ କୁଇନ୍ ଅଫ ଦି ମିଶନ ଉଚ୍ଚ ବିଦ୍ୟାଳୟ ବ୍ରହ୍ମପୁର ଠାରେ ପଞ୍ଚ ଦିବସୀୟ ତାଲି ମ ଶିବିର “ପ୍ରେରଣା” ଉଦଯାପିତ ହୋଇଯାଇଛି। ଏହି ଅବସରରେ ରଙ୍ଗେଇଲୁଣ୍ଡା ବ୍ଲକ ର 31 ଜଣ, ଗଜପତି ଜିଲ୍ଲାର 6 ଜଣ ନବ ନିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀ, 4 ଜଣ ସମ୍ଭଳ ଶିକ୍ଷକ ଶ୍ରୀମତୀ ସସ୍ମିତା ଦେବୀ, ଶ୍ରୀମତି ମଧୁସ୍ମିତା ଦେବୀ, ଶ୍ରୀଯୁକ୍ତ ବିବେକାନନ୍ଦ ସାମନ୍ତରାୟ ଓ ଶ୍ରୀଯୁକ୍ତ ଅନୁଜ କୁମାର ପ୍ରଧାନ, ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ସାହୁ, ଗିରି ରୋଡ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶି୍ଷୟିତ୍ରୀ ଶ୍ରୀମତୀ ଚାନ୍ଦିନୀ ପଣ୍ଡା ଓ ରଙ୍ଗେଇଲୁଣ୍ଡା BEO ଶ୍ରୀଯୁକ୍ତ ଦେବେନ୍ଦ୍ର ବେହେରା ଉପସ୍ଥିତ ଥିଲେ ।ଏହି ଇଣ୍ଡକ୍ସନ ଟ୍ରେନିଙ୍ଗ ରେ ସମସ୍ତ ଶିକ୍ଷୟତ୍ରୀ ଙ୍କୁ ମାନପତ୍ର, ପେନ୍ ଡ୍ରାଇଭ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା । ଏଥି ସହ କିଛି ଜଣ ଶିକ୍ଷୟତ୍ରୀ ନିଜର 5 ଦିନର ଅଭିଜ୍ଞତା କୁ ଉପସ୍ଥାପନ କରିବା ସହ ସମ୍ବଳ ଶିକ୍ଷୟତ୍ରୀ ଶ୍ରୀମତୀ ମଧୁସ୍ମିତା ଦେବୀ ନିଜର ଅଭିଜ୍ଞତା କହିଥିଲେ । ଗିରି ରୋଡ ପ୍ରଧାନ ଶି୍ଷୟିତ୍ରୀ ସମାଜରେ ଜଣେ ଉତ୍ତମ ଶିକ୍ଷକ ଶିକ୍ଷୟତ୍ରୀର ପରିଚୟ ଦେବା ପାଇଁ ବାର୍ତ୍ତା ରଖିଥିଲେ ଏବଂ ରଙ୍ଗେଇଲୁଣ୍ଡା ବିଇଓ କହିଥିଲେ ଯେ ସମ୍ଭଳ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଠାରୁ ଯାହା ଶିଖିଲେ ତାହା କିପରି ବିଦ୍ୟାଳୟ ସ୍ତରରେ ପ୍ରତିଫଳନ ହେବ ତାହା ଉପରେ ଗୁରୁତ୍ବ ଦେଇଥିଲେ । ପରିଶେଷରେ ଧନ୍ୟବାଦ୍ ପୂର୍ବକ ଏହି “ପ୍ରେରଣା” ତାଲିମ ଶିବିରକୁ ସଫଳ ପୂର୍ବକ ପରିସମାପ୍ତି କରାଯାଇଥିଲା ।
