ଗୋପ ନିଗମାନନ୍ଦ ହାଇସ୍କୁଲ ର ୧୯୯୩ ମସିହା ବ୍ୟାଚ ର ବନ୍ଧୁମିଳନ ଅନୁଷ୍ଠିତ l

ଗୋପ ୧୦/୦୨/୨୫ ପୁରୀ ଜିଲ୍ଲାର ସର୍ବପୁରାତନ ଶିକ୍ଷାନୁଷ୍ଠାନ ତଥା ବ୍ରିଟିଶ ଅମଳରେ ସ୍ଥାପିତ ହୋଇଥିବା ଗୋପ ନିଗମାନନ୍ଦ ହାଇସ୍କୁଲ ର ୧୯୯୩ ମସିହା ବ୍ୟାଚ ର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି l ଏହା ଗୋପ ନିକଟସ୍ତ କୁସୁପୁର ଥରେ ଥିବା ଆକାଶୀ ଜଙ୍ଗଲ ରେ ୫୦ ରୁ ଉର୍ଦ୍ଧ ବନ୍ଧୁ ଏକାଠି ହୋଇଥିଲ l ବନ୍ଧୁ ମାନେ ଏକତ୍ରିତ ହୋଇ ନିଜ ନିଜ ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ସହ ପୁରୁଣା ସ୍ମୃତି କୁ ମନେ ପକାଇଥିଲେ । ପରେ ବନ୍ଧୁମାନେ ଏକାଠି ହୋଇ ଏକ ସଭାର ଆୟୋଜନ କରାଯାଇଥିଲା । ଯେଉଁଥିରେ ବିଦ୍ୟାଳୟ ର ସମସ୍ୟାର ସମାଧାନ ସହିତ କିପରି ଉର୍ନ୍ନତି ହେଵ ସେ ସମ୍ପର୍କ ଆଲୋଚନା କରିଥିଲେ l ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମ ର ନେତୃତ୍ୱ ନେଇଥିଲେ ବିଶ୍ୱରଂଜନ ମୁଖୀ, ଦେବରାଜ ଭୋଇ, ବାବୁନା, ଅକ୍ଷୟ, କାଲା, ମିଟୁ, ନାରାୟଣ, ଜ୍ୟୋତି ପୁର୍ଣ,ଆଦି ଅନେକ ପୁରାତନ ଛାତ୍ରମାନେ ଏକାଠି ହୋଇଥିଲେ l

Leave a Reply

Your email address will not be published. Required fields are marked *