ବିଶିଷ୍ଟ ନାଟ୍ୟ ନିର୍ଦେଶକ ଓ ଗୀତିକାର ଶରତ ଚନ୍ଦ୍ର ବିଶ୍ବାଳ(ବୁଲୁଭାଇ)ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ଶ୍ରଦ୍ଧାଞ୍ଜଳି ସଭା

ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଡିଙ୍ଗେଶ୍ବର ଗ୍ରାମରେ ବିଶିଷ୍ଟ ନାଟ୍ୟ ନିର୍ଦେଶକ ଓ ଗୀତିକାର ଶରତ ଚନ୍ଦ୍ର ବିଶ୍ବାଳ(ବୁଲୁଭାଇ)ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି

। ବିଜୟ କୁମାର ବିଶ୍ୱାଳ ଙ୍କ ସଭାପତିତ୍ୱ ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଆଇନିଜୀବୀ ଦେବସ୍ନାନ ଦାସ, ବିଶିଷ୍ଟ ସାହିତ୍ୟିକ ମହେନ୍ଦ୍ର ଆଚାର୍ଯ୍ୟ, ସମାଜସେବୀ ହେମନ୍ତ ରଥ, ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ମଲ୍ଲିକ, ଆକାଶବାଣୀ ଓ ଦୂରଦର୍ଶନ ର କଣ୍ଠଶିଳ୍ପୀ ଅଦୈତ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ଶରତ ଚନ୍ଦ୍ର ବିଶ୍ୱାଳ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ସ୍ମୃତି ଚାରଣ କରିଥିଲେ । ପରେ ବିଶିଷ୍ଟ ସମ୍ବର୍ଦ୍ଧିତ ପ୍ରତିଭା ବିଶିଷ୍ଟ ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା, ଯାତ୍ରା ଅଭିନେତା ବ୍ରଜବିହାରୀ ନାୟକ, ରଞ୍ଜିତା ନାୟକ, ଦେବେନ୍ଦ୍ର ଦାସ, ଦୀପ୍ତି ରଞ୍ଜନ ବେହେରା ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଜଗତସିଂହପୁରରୁ ରୀତା ସାହୁ

Leave a Reply

Your email address will not be published. Required fields are marked *