କଟକ ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟ ଦ୍ରୁତଗତିରେ ଅଗ୍ରସର

*କଟକ ରେଳ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟ ଦ୍ରୁତଗତିରେ ଅଗ୍ରସର*● *ଷ୍ଟେସନର ବିକାଶ ପାଇଁ ଉଚ୍ଛେଦ ଅଭିଯାନ I* *● ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ବିଶେଷ ପଦକ୍ଷେପ I*କଟକ ରେଲୱେ ଷ୍ଟେସନ ପୁନର୍ବିକାଶ ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚିଛି I ଷ୍ଟେସନ ଗେଟ୍ ନମ୍ବର-୧ ସମ୍ମୁଖରେ ଅବସ୍ଥିତ ଷ୍ଟେସନ ବଜାର ଅଞ୍ଚଳରେ ଅନଧିକୃତ ଦୋକାନ ଏବଂ ନିର୍ମାଣ ଗୁଡ଼ିକୁ ହଟାଇବା ଜରୁରୀ ଥିଲା। ଏହି ଉଚ୍ଛେଦ କାର୍ଯ୍ୟ ଷ୍ଟେସନ ପୁନର୍ବିକାଶ ପ୍ରକଳ୍ପକୁ ସୁସଂଘଟିତ ଭାବରେ ଅଗ୍ରସର କରିବାରେ ଉଲ୍ଲେଖନୀୟ ଭୂମିକା ନେଇଛି ଯାହାକି କଟକ ରେଲୱେ ଷ୍ଟେସନକୁ ଆଧୁନିକ ସୁବିଧା ସହିତ ଏକ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି ।କଟକ ଷ୍ଟେସନ ସମ୍ମୁଖରେ ଗତାଗତ ସୁବିଧା ଏବଂ ପରିବେଷ୍ଟିତ ଅଞ୍ଚଳ ପାଇଁ ୩୨ଟି ଦୋକାନ ହଟାଇବା ଆବଶ୍ୟକ ଥିଲା।

ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ରେଳବାଇ ପୋଲିସ ଏବଂ ରେଳ ସୁରକ୍ଷା ବଳର ସମନ୍ୱିତ ସମର୍ଥନ ସହିତ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଅନଧିକୃତ ଉଚ୍ଛେଦ ଅଭିଯାନ ହୋଇଥିଲା । ଏହି ଅଭିଯାନ ଅନୁସାରେ ୩୦ଟି ଦୋକାନ ସଫଳଭାବେ ହଟାଯାଇଥିଲା, ଯେଉଁଥିରେ ୨ଟି ଦୋକାନ ନ୍ୟାୟାଳୟର ଆଦେଶ ପାଇଁ ଅପେକ୍ଷାରତ ଥିବା କାରଣରୁ ହଟାଯାଇପାରିଲା ନାହିଁ।ଏହି ଅନଧିକୃତ ଉଚ୍ଛେଦ ଫଳରେ ବର୍ତ୍ତମାନ ଷ୍ଟେସନ ସମ୍ମୁଖର ପରିବେଷ୍ଟିତ କ୍ଷେତ୍ର ଏବଂ ସଡ଼କ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ବର୍ତ୍ତମାନ ୧୦ ମିଟର ଚଉଡ଼ା ସଡ଼କକୁ ୧୮ ମିଟର କରି ବିସ୍ତାର କରାଯିବ, ଯାହା ଯାତ୍ରୀମାନଙ୍କ ପାଇଁ ଉଚିତ ଗତାଗତ ଏବଂ ଯିବା-ଆସିବା ସୁବିଧା ନିଶ୍ଚିତ କରିବ। ଏହି ଅନଧିକୃତ ଉଚ୍ଛେଦ ପ୍ରକଳ୍ପକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଶେଷ କରିବାରେ ଗୁରୁତ୍ୱପୂର୍ଣ୍ଣ ମାନାଯାଉଛି।କଟକ ରେଲୱେ ଷ୍ଟେସନର ପୁନର୍ବିକାଶ ଯାତ୍ରୀମାନଙ୍କ ପାଇଁ ଉନ୍ନତ ସୁବିଧା, ଆଧୁନିକ ଭିତ୍ତିଭୂମି ଏବଂ ବିଶ୍ୱସ୍ତରୀୟ ସେବା ଯୋଗାଇଦେବ । ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଦ୍ୱାରା, କଟକ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଅଗ୍ରଗତି ହୋଇପାରିବ।

Leave a Reply

Your email address will not be published. Required fields are marked *