ବିଳମ୍ବିତ ରାତିରେ କୋଣାର୍କ – କାକଟପୁର ବଢ଼େଇଛକ ଠାରେ ବାଇକ ଦୃଘଟଣାରେ ତିନି ମୃତ
କୋଣାର୍କ:-12/02/2025ବିଳମ୍ବିତ ରାତିରେ କୋଣାର୍କ – କାକଟପୁର ରାସ୍ତା ବଢ଼େଇଛକ ଠାରେ ବାଇକ ଦୃଘଟଣା,ଦୃର୍ଘଟଣା ଏତେ ଭୟାଭୟ ଥିଲା ଯେ ଘଟଣା ସ୍ଥଳରେ ଦୁଇଜଣ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମେଡ଼ିକାଲ ଯାଉଥିବା ବେଳେ ମୃତ ହୋଇଛି। ସୂଚନା ଥାଉକି ଚାରିଛକ ଦଣ୍ଡିକିରାର ତିନିଜଣ ସାଙ୍ଗ ସାଗର ମଲ୍ଲିକ, ଜୟପ୍ରକାଶ ସାହୁ ଓ ଦିପକ ମଲ୍ଲିକ କୋଣାର୍କ ରୁ କାକଟପୁର ଦେଇ ଚାରିଛକ ଯିବା ବେଳେ ବଢ଼େଇ ଛକ ତ୍ରୀନାଥ ବରଗଛ ଚାନ୍ଧନିରେ ହୋଇଥିଲେ ଦୃର୍ଘଟଣା। ଦୃର୍ଘଟଣା ଏତେ ଭୟାଭୟ ଥିଲାଯେ ଭୟଙ୍କର ଶବ୍ଦ ହୋଇଥିଲା। ତୁରନ୍ତ ଆଖପାଖ ଲୋକେ ଆସି ଦେଖି ଚମ୍ପାହର ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ। ତୁରନ୍ତ ଅଗ୍ନିଶମ ବିଭାଗ ପହଞ୍ଚି ତିନିଜଣଙ୍କୁ ପ୍ରଥମେ ଗୋପ ନେଇଥିଲେ। ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଜଣଙ୍କୁ ଭୂବନେଶ୍ୱର ମେଡ଼ିକାଲକୁ ସ୍ଥାନାନ୍ତରିତ କରିଥିଲେ।

ଭୂବନେଶ୍ୱର ଯିବା ବାଟରେ ସେ ମଧ୍ୟ ମୃତ ହେବା ସୁଚନା ରହିଛି। ତିନିଜଣଙ୍କ ମଧ୍ୟରେ ଦୁଇ ଭାଇ ସାଗର ମଲ୍ଲିକ ଓ ଦିପକ ମଲ୍ଲିକ ଥିବା ବେଳେ ଅନ୍ୟ ଜଣେ ଜୟପ୍ରକାଶ ସାହୁଥିବା ଚମ୍ପାହର ଅଗ୍ନିଶମ ବିଭାଗ ଦେଇଛନ୍ତି ସୂଚନା। ଖବର ପାଇଁ କୋଣାର୍କ ପୋଲିସ ଗାଡିକୁ ଜବତ କରିବା ସହ ଶବକୁ ଜବତ କରି ତଦନ୍ତ ଚଳାଇଛନ୍ତି। ଏପରି ଘଟଣା ବାରମ୍ବାର ଘଟୁଥିବା ବେଳେ କୋଣାର୍କ ପୋଲିସ ର କୈଣସି ପେଟ୍ରୋଲିଙ୍ଗି ହେଉନଥିବା ବରଗଛ ପାଖରେ ଲାଇଟି ନଥିବା ଯୋଗୁଁ ଏପରି ଦୃର୍ଘଟଣା ହେଉଥିବା ସ୍ଥାନୀୟ ଲୋକେ ଆଣିଛନ୍ତି ଅଭିଯୋଗ ତୁରନ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ଦୃଷ୍ଟି ଆକର୍ଷଣ କରିବାକୁ ଦାବି ହୋଇଛି।
କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ
