ମାନବ ଚାଲଣ ରୋକିବା ପାଇଁ ଅର୍ଥ ପ୍ରତିବନ୍ଧକ ହେବ ନାହିଁ।

ମାନବ ଚାଲଣ ମଧ୍ୟସ୍ଥି ଙ୍କ ମୂଳୋତ୍ପାଟନଜରୁରୀ:ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାମାନବ ଚାଲଣ ଭଳି ଘୃଣ୍ୟ କାର୍ଯ୍ୟ କୁ ସମ୍ମିଳିତ ଉଦ୍ୟମ ପ୍ରତିହତ କରିପାରିବ।ପୁରୀ ୧୨/୨ ମାନବ ଚାଲଣ ଏକ ଅତ୍ୟନ୍ତ ଘୃଣ୍ୟ ଓ ଜଘନ୍ୟ ଅପରାଧିକ କାର୍ଯ୍ୟ।ଏହାକୁ ସାମୁହିକ ଉଦ୍ୟମ ଓ ସହଯୋଗ ଦ୍ବାରା ପ୍ରତିହତ କରାଯାଇ ପାରିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତି ପରିଡା।ଆଜି ପୁରୀ ଜିଲ୍ଲା ସଂସ୍କୃତି ଭବନ ଠାରେ ଜାତୀୟ ମହିଳା କମିଶନର ଓ ଖୋର୍ଦ୍ଧା ଇଷ୍ଟ କୋଷ୍ଟ ରେଲୱେ ସୁରକ୍ଷା ବଳ ର ମିଳିତ ଆନୁକୂଲ୍ୟରେ ମାନବ ଚାଲଣ ସମ୍ପର୍କରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓ କର୍ମଶାଳା କୁ ଉଦଘାଟନ କରି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମାନବ ଚାଲଣ ରୋକିବାକୁ ଅର୍ଥ ବାଧକ ସାଜିବ ନାହିଁ।ରେଲୱେ ସୁରକ୍ଷା ବଳ,ଆରକ୍ଷୀ ବାହିନୀ, ମହିଳା ଓ ଶିଶୁ ବିକାଶ ବିଭାଗ ଓ ଶିକ୍ଷା ବିଭାଗର ଲଗାତାର ମିଳିତ ସହଯୋଗ ରେ ମାନବ ଚାଲଣକୁ ସମ୍ପୂର୍ଣ୍ଣ ବିଲୁପ୍ତ କରାଯାଇ ପାରିବ ବୋଲି କହିଥିଲେ।ଗାଁ ର ଗରିବ,ଅସହାୟ ଓ ଅଶିକ୍ଷିତ ଲୋକ ମାନେ କିଛି ଧୂର୍ତ୍ତ ମଧ୍ୟସ୍ଥି ଙ୍କ ଠକାମୀର ଶିକାର ହୋଇଥାନ୍ତି।ଏହା ପ୍ରତି ଉପରୋକ୍ତ ବିଭାଗ ଗୁଡିକ ନିରନ୍ତର ଦୃଷ୍ଟି ଦେବା ସହ ପ୍ରତ୍ୟେକ ବର୍ଷ ୩/୪ ଟି ସଚେତନତା କର୍ମଶାଳା ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ।ଯାହା ଫଳରେ ମଧ୍ୟସ୍ଥି ମାନେ ଭୟ ପାଇବେ ଓ ସାଧାରଣ ଲୋକ ସଚେତନ ହୋଇ ସାହସ ପାଇବ।ସମ୍ମିଳିତ ସହଯୋଗ ପାଇଁ ଗତ ବର୍ଷ ରଥଯାତ୍ରା ରେ ଗୋଟିଏ ବି ପିଲା ହଜି ନ ଥିବା ଆମ ସମସ୍ତଙ୍କ ମିଳିତ ଉଦ୍ୟମ ର ଫଳ।ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଆରପିଏଫ ମିଶି ଚଳିତ ବର୍ଷ ୮୧୯ ନାବାଳକ ଓ ୬୯ ଶିଶୁ ଙ୍କୁ ଉଦ୍ଧାର କରିଛନ୍ତି।ପୂର୍ବରୁ ଚାଲଣ ହୋଇ ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ପିଲା ମାନଙ୍କୁ ଫେରେଇ ଆଣିବା ବ୍ୟବସ୍ଥା କରାଯାଉଛି ବୋଲି ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।ଏଥିରେ ଅଧ୍ୟକ୍ଷତା କରି ଜାତୀୟ ମହିଳା କମିଶନର ଅଧ୍ୟକ୍ଷା ବିଜୟା ରହାଟକର ମହିଳା ମାନଙ୍କୁ ନିରାପତ୍ତା ଓ ସେମାନଙ୍କ ଅଧିକାର କୁ ସୁରକ୍ଷା ରଖିବା ପାଇଁ ମହିଳା କମିଶନ ଗଠିତ ହୋଇଛି ଓ କାର୍ଯ୍ୟ କରୁଛି।କୌଣସି ସ୍ତରରେ ବି ଚୁପ ନ ରହି ଅନ୍ୟାୟ ଓ ଅତ୍ୟାଚାର ସମ୍ପର୍କରେ ତୁଣ୍ଡ ଖୋଲିବାକୁ ସେ ଅନୁରୋଧ କରିଥିଲେ। ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନବ ଚାଲଣ ବିରୋଧୀ ଅଭିଯାନର ଜଣେ ଜଣେ ଆମ୍ବାସଡର।

୨୦୧୮ ରୁ ମୁମ୍ବାଇରେ ମାନବ ଚାଲଣର ବିଲୋପ ପାଇଁ ଆନ୍ତର୍ଜାତୀୟ ଆଲୋଚନା ଚକ୍ର ମାଧ୍ୟମରେ ପ୍ରୟାସ ଜାରି ରହିଛି।ଚଳିତ ବର୍ଷ ୨୫ ଟି କର୍ମଶାଳା ମହିଳା କମିଶନ ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଇଛି।ମାନବ ଚାଲଣ ରେ କେବଳ ଗୋଟିଏ ଜୀବନ ନଷ୍ଟ ହୁଏ ନାହିଁ, ସ୍ବପ୍ନ ସହ ପରିବାର ମଧ୍ୟ ଭୁଷୁଡି ପଡେ ବୋଲି କହିଵା ସହ ଏହାର ନିରାକରଣ ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।ଇଷ୍ଟକୋଷ୍ଟ ରେଲୱେ ଆଇ ଜି ଆଲୋକ ବୋହରା ଏହା ଏକ ସମ୍ବେଦନଶୀଳ ସମସ୍ୟା।ମିଳିତ ଉଦ୍ୟମ ଦ୍ବାରା ଏହାର ସମାଧାନ ପାଇଁ ଅନୁରୋଧ କରିଥିଲେ। ପୁରୀ ଏସ ପି ବିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ କର୍ମଶାଳା ରେ ଉପସ୍ଥିତଥିଲେ।ପ୍ରାରମ୍ଭରେ ସିନିୟର ଡି ଏସ ସି ମିଥୁନ ସୋନି ସମସ୍ତଙ୍କୁ ସ୍ବାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ପରେ ବିଷୟ ବିଶାରଦ ଭାବେ ଏଡିଜି ଅରୁଣ ବୋଥ୍ରା, ବରିଷ୍ଠ ପରାମର୍ଶ ଦାତା ନିଶିତ ଦୁବେ ଓ ଗୌରବ ଗିଲ ପ୍ରମୁଖ ମାନବ ଚାଲଣ ପ୍ରକ୍ରିୟା, ସମ୍ପୃକ୍ତ ରହୁଥିବା ବ୍ୟକ୍ତି ଚରିତ୍ର, ପ୍ରତିହତର ପ୍ରକ୍ରିୟା,ଅଧିକାରୀ କର୍ମଚାରୀ ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ଦେଇଥିଲେ।କର୍ମଶାଳା ରେ ଆରକ୍ଷୀ ବାହିନୀର ଅଧିକାରୀ, ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀ ଓ କର୍ମଚାରୀ, ଶିଶୁ ସୁରକ୍ଷା ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *