ମାଆ ଜାଗୁଳେଇ ଠାକୁରାଣୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ
ଆଙ୍କର- ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ବଡ଼ଖଣ୍ଡାୟତ ଗ୍ରାମରେ ମାଆ ଜାଗୁଳେଇ ଠାକୁରାଣୀ ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଦୀର୍ଘ ବର୍ଷ ପରେ ନୂତନ ମନ୍ଦିର ପ୍ରତିଷ୍ଠା କୁ ନେଇ ଗ୍ରାମବାସୀ ଓ ସ୍ଥାନୀୟ ଜନସାଧାରଣ ମାନେ ବେଶ ଉତ୍ସାହିତ ଥିବା ଦେଖାଯାଇଛି । ମନ୍ଦିର ପ୍ରତିଷ୍ଠା ପୂର୍ବରୁ ମାଆ ମାନଙ୍କ ଦ୍ୱାରା 108 କଳସ ଶୋଭାଯାତ୍ରା ଓ ପରେ ଯଜ୍ଞ ଅନୁଷ୍ଠିତ ହୋଇ ଥିବା ବେଳେ ଗ୍ରାମବାସୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ମା ହେଉଛନ୍ତି ପ୍ରତକ୍ଷ ଠାକୁରାଣୀ ।ଦୀର୍ଘ ବର୍ଷ ପରେ ନୂତନ ମନ୍ଦିର ପ୍ରତିଷ୍ଠା ହେଉ ଥିବାରୁ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳିଛି ।
