ମହିଳା ମାନଙ୍କ ସୁରକ୍ଷା ଓ ସାମାଜିକ ଅଧିକାର ସଚେତନା କାର୍ଯ୍ୟକ୍ରମ

ମହିଳା ମାନଙ୍କ ସୁରକ୍ଷା ଓ ସାମାଜିକ ଅଧିକାର ସଚେତନା କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତର ମହିଳାଙ୍କୁ ସଶକ୍ତ କରିବାର ମଙ୍ଗ ଧରିଥିବା ଅଙ୍ଗନବାଡି କର୍ମୀ ଓ ଆଶା, କିଶୋରୀ ବାଳିକାଙ୍କୁ ନେଇ ସ୍ଥାନୀୟ ପଞ୍ଚାନନ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ସୋରଡା ସମନ୍ୱିତ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଏକ ମହିଳା ମାନଙ୍କ ସମାଜରେ ଅଧିକାର, ସୁରକ୍ଷା ଓ ସଚେତନତା ସଭା ଅନୁଷ୍ଠିତ ହୋଇଛି।ଏଥିରେ ଜିଲ୍ଲା ମୁଖ୍ୟ ମହିଳା ଶିଶୁ ବିକାଶ ଅଧିକାରୀ ଡ଼ି ନାଗରତ୍ନମ,ସୋରଡ଼ା ମହିଳା ଓ ଶିଶୁ ବିକାଶ ଅଧିକାରୀ ସବିତା ସାବତଙ୍କ ସହ ସୋରଡ଼ା ସ୍ୱାସ୍ଥ୍ୟ ସଚେତନ ଅଧିକାରୀ ଡ଼ଃ ଅଜିତ କୁମାର ପାଣିଗ୍ରାହୀ,ଗୋପାଳପୁର ଶାସନ ପଞ୍ଚାୟତର ସରପଞ୍ଚ ତଥା ବିଧାୟକ ପ୍ରତିନିଧି ଦେବରାଜ ମଲିକ, ସୋରଡ଼ା ଏନ ଏ ସି ଅଧ୍ୟକ୍ଷ ଶିଵ ଶଙ୍କର ପଣ୍ଡା ସମେତ ଅନ୍ୟାନ୍ୟ ଅତିଥି ମଞ୍ଚାସିନ ଥିଲେ l ଏହି ବ୍ଲକର ସି ଡ଼ି ପି ଓ ଙ୍କ ତତ୍ତ୍ଵାବଧାନରେ ନିର୍ଯାତିତ ମହିଳା ଓ ବାଳିକା ମାନଙ୍କ ସମସ୍ୟା ସମାଧାନ ବିଷୟରେ ମଞ୍ଚାସିନ ଅଧିକାରୀ ମାନେ ଆଲୋକପାତ କରିଥିଲେ ଏବଂ ୱାନ ଷ୍ଟପ୍ ସେଣ୍ଟର୍ ସଖୀ କେନ୍ଦ୍ର ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ମହିଳା ମାନଙ୍କ ଉପରେ ହେଉଥିବା ହିଂସା ଦୁରୀକରଣ କିପରି ହୋଇପାରିବ ସେ ସମ୍ପର୍କରେ ବୁଝାଇଥିଲେ । ସମ୍ମାନିତ ଶିଶୁ ପ୍ରକଳ୍ପ ଅଧିକାରୀ ମହିଳା ଏବଂ ଶିଶୁ ମାନଙ୍କ ଉପରେ ସରକାରଙ୍କ ସାମୁହିକ ଯୋଜନା ଯଥା ଅଦ୍ୱିକା, ମୋ ଗେହ୍ଲା ଝିଅ, ବିଜୁ କନ୍ୟା ରତ୍ନ, ବେଟୀ ବଚାଅ ବେଟୀ ପଢ଼ାଅ,ମମତା ,ମାତୃ ବନ୍ଦନ ଯୋଜନା ସମ୍ପର୍କରେ ବୁଝାଇଥିଲେ। ଓ ଜିଲ୍ଲା ସ୍ତରର ବିଶେଷଜ୍ଞ ଦାଶରଥି ତ୍ରିପାଠୀ ବିଭିନ୍ନ ଗଳ୍ପ ଓ ଉଦାହରଣ ସହିତ ସଚେତନତା ବକ୍ତବ୍ୟ ଦେଇ ସରକାରଙ୍କ ସୁବିଧା ଓ ନ୍ୟାୟିକ ପ୍ରାବଧାନ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ମମତା ସଂଯୋଜକ କାଁହୁ ଚରଣ ସାହୁ ସଂଯୋଜନା କରିଥିଲେ।

ଗଂଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *