ଗୋପ ବ୍ଲକରେ ଭତ୍ତା ଓ ସୁଭଦ୍ରା କେଳାଙ୍କରୀ

ଗୋପ ବ୍ଲକରେ ଭତ୍ତା ଓ ସୁଭଦ୍ରା କେଳାଙ୍କରୀ । ଜିଲ୍ଲାପାଳଙ୍କ ନିକଟରେ ଗ୍ରାମଵାସୀଙ୍କ ପକ୍ଷରୁ ଅଭିଯୋଗ ଗୋପ ତା ୧୩/୦୨ () ଗୋପ ବ୍ଲକ ଦୁର୍ନିତିର ଗନ୍ତାଘର ପାଲଟିଛି । ଏଵେ ଭତ୍ତା ଓ ସୁଭଦ୍ରା ଯୋଜନା କେଳାଙ୍କାରୀକୁ ନେଇ ଖୋଳତାଡ ଆରମ୍ଭ ହୋଇଛି । ଅସାଧୁ ବ୍ଲକ କର୍ମଚାରୀ ଓ ଦଲାଲଙ୍କ ମଧୁଚନ୍ଦ୍ରିକାରେ ଉଭୟ ଯୋଜନାକୁ ଏକାଧିକ ଵ୍ୟକ୍ତି ହାତେଇ ସରକାରୀ ଅର୍ଥ ହଡପ କରିଥିବା ଲୋକଲୋଚନକୁ ଆସିବା ପରେ ଏହା ଉପରେ ଘଣ୍ଟାଚକଟା ଆରମ୍ଭ ହୋଇଛି । ଏଭଳି ଅଭାଵନୀୟ ଘଟଣା ଗୋପ ବ୍ଲକ ଦେସ୍ଥଳୀ ପଂଚାୟତରେ ଦେଖାଦେଇଥିବା ଵେଳେ ଏନେଇ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ଏହାକୁ ନେଇ ବ୍ଲକର ଦୁର୍ନିତିର ପେଡି ଆସ୍ତେଆସ୍ତେ ଖୋଲୁଥିବା ଵେଳେ ଏହି ଘଟଣାକୁ ଗୋପ ଵିଡିଓ ଚାପି ଦେବାକୁ ଜୋରସୋର ଉଦ୍ୟମ କରୁଛନ୍ତି । ଏ ସଂପର୍କରେ ବିଡିଓ ଛଵିରାଣୀ ସାହୁଙ୍କୁ କୌଣସି ତଥ୍ୟ ପଚାରିଲେ ସେ କୌଣସି ଉତ୍ତର ନଦେଇ ଏଡାଇ ଯାଉଛନ୍ତି । ଯାହାକି ତାଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷରେ କାକଟପୁର ଵିଧାୟକ ତୁଷାରକାନ୍ତି ଵେହେରା କହିଛନ୍ତି ଏହି ଅଭାବନୀୟ ଘଟଣା ମୋ ଦୃଷ୍ଟିକି ଆସିଛି । ଏଭଳି ଚଂଚକତା କରିଥିବା ହିତାଧିକାରୀ ହୁଅନ୍ତୁ କି ସରକାରୀ ଅଧିକାରୀ ତାଙ୍କ ଵିରୋଧରେ ନିଶ୍ଚିତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଉକ୍ତ ପଂଚାୟତଟି କାକଟପୁର ନିର୍ବାଚନ ମଣ୍ଡଳୀରେ ଯାଉଥିବାରୁ ସେ ଗୋପ ବ୍ଲକ ଗ୍ରସ୍ତ କରି ତନାଘନା କରିବା ସହ ଏସଂପର୍କରେ ଵିଡିଓଙ୍କ ସହ ଆଲୋଚନା କରିଥିବା କହିଛନ୍ତି ।ହେଲେ କେଉଁ ପରିସ୍ଥିତିରେ ଏକାଧିକ ଵ୍ୟକ୍ତି ଉଭୟ ଯୋଜନାର ହିତାଧିକାରୀ ହେଲେ ଏବଂ ଉଭୟ ଯୋଜନାରୁ ଟଙ୍କା ପାଇଲେ ତାହାକୁ ନେଇ ଏଵେ ବଡ ପ୍ରଶ୍ନଵାଚୀ ସୃଷ୍ଟି ହୋଇଛି । ଏହାକୁ ନେଇ ଏବେ ଖୋଳତାଡ ଆରମ୍ଭ ହୋଇଥିବା ଵେଳେ ସିଡିପିଓ ଙ୍କୁ ଏହାର ରିପୋର୍ଟ ମଗାଯାଇଛି । ଏ ସଂପର୍କରେ ସିଡିପିଓ ମିନାକ୍ଷୀ ସାହୁ କହିଛନ୍ତି ସୁଭଦ୍ରା ଯୋଜନା ଆଧାର କାର୍ଡରେ ଥିବା ଵୟସ କୁ ନେଇ କରାଯାଇଛି । ତେଣୁ ତାଙ୍କ ବୟସ ଅନୁଯାୟୀ ତଦନ୍ତ କରି ସାମିଲ କରାଯାଇଛି । ଏଥିରେ କୌଣସି ତୃଟି ନାହିଁ ଵୋଲି କହିଥିବା ବେଳେ ଭତ୍ତା ପାଉଥିବା ସଂପର୍କରେ ସେ କିଛି କହିପାରିବେ ନାହିଁ ଵୋଲି କହିଥିଲେ । ସୁଚନାମୁତାବକ ଗୋପ ବ୍ଲକରେ ଏକାଧିକ ବ୍ୟକ୍ତି ଉଭୟ ଭତ୍ତା ଟଙ୍କା ଓ ସୁଭଦ୍ରା ଯୋଜନା ଟଙ୍କା ହାତତେଇଛନ୍ତି । ଏଭଳି ଅଭାବନୀୟ ଘଟଣାର ଅଭିଯୋଗ ଆସିଛି ଦେସ୍ଥଳୀ ପଂଚାୟତରୁ । ଏନେଇ ୨୧ ଜଣଙ୍କ ତାଲିକା ସହ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଗ୍ରାମଵାସୀ । ଏନେଇ ବିଡିଓ ଛଵିରାଣୀ ସାହୁ ତଦନ୍ତ କରି ଓଟର ସାମିଲ ବାଲିଉପର ଗାଁ ର ମନୋରମା ମହାନ୍ତି ଓ ଶୋହଣା ଶାସନ ର ମମତା ମିଶ୍ର ଉଭୟ ସୁଭଦ୍ରା ଯୋଜନା ଓ ଭତ୍ତା ଟଙ୍କା ହାତେଇଥିବା ଜାଣିବାକୁ ପାଇଛନ୍ତି । ମନୋରମା ୬୮ ଵର୍ଷ ଦର୍ଶାଇ ଦୀର୍ଘ ଦିନ ହେଵ ଵାର୍ଦ୍ଧକ୍ୟ ଭତ୍ତା ପାଉଥିବା ବେଳେ ସୁଭଦ୍ରା ଯୋଜନା ହିତାଧିକାରୀ ଦର୍ଶାଇ ୨୦୨୪ ସେପ୍ଟେମ୍ବର ୮ ରେ ସୁଭଦ୍ରା ଟଙ୍କା ପାଇଛନ୍ତି । ସେହିଭଳି ମମତା ୬୪ ଵର୍ଷ ଦର୍ଶାଇ ଵାର୍ଦ୍ଧକ୍ୟ ଭତ୍ତା ପାଉଥିବା ଵେଳେ ସୁଭଦ୍ରା ଯୋଜନା ହିତାଧିକାରୀ ଦର୍ଶାଇ ୨୦୨୪ ସେପ୍ଟେମ୍ବର ୧୨ରେ ସୁଭଦ୍ରା ଟଙ୍କା ହାତାଇଛନ୍ତି । ଅପରପକ୍ଷରେ ଗ୍ରାମଵାସୀଙ୍କ ପକ୍ଷରୁ ଯେଉଁ ଅଭିଯୋଗ ଉଭୟ ଵିଡିଓ ଓ ଉପଜିଲ୍ଲାପାଳଙ୍କୁ ଦିଆଯାଇଥିଲା ସେଥିମଧ୍ୟରୁ କିଛି ହିତାଧିକାରୀ ଉଭୟ ଭତ୍ତା ଓ ସୁଭଦ୍ରା ଟଙ୍କା ପାଇଥିଲେ । ବାକି ନିଜ ଵୟସକୁ ଚଂଚକତା କରି ଭତ୍ତା ଟଙ୍କା ପାଉଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଵ୍ଲକ ପ୍ରଶାସନ ସେ ଦିଗକୁ ତଦନ୍ତ ନକରି ଭତ୍ତା ଚଂଚକତ୍ତାକୁ ଚାପି ଦେଵାକୁ ଷଡଯନ୍ତ୍ର ଚଳାଇଛି । ଅଭିଯୋଗ ହେଉଛି ୨୦୨୨ ମସିହା ଭୋଟର ତାଲିକାରେ ଯେଉଁମାନଙ୍କୁ ୬୦ ପୂରିବାକୁ ଆହୁରି ୧୦/୧୨ ଵର୍ଷ ବାକି ଥିଲା ସେମାନେ ୨୦୨୪ ମସିହା ଭୋଟର ତାଲିକାରେ ନିଜକୁ ୬୫/୭୦ ଵର୍ଷ ଦର୍ଶାଇ ଭତ୍ତା ପାଉଛନ୍ତି । ହେଲେ ଏହି ଦୁର୍ନିତିକୁ ଵିଡିଓ ଚାପି ଦେବାକୁ ଉଦ୍ୟମ କରୁଥିବା ସାଧାରଣରେ ଆଲୋଚନା ହେଉଛି । ଏହା ଉପରେ ଵିଭାଗୀୟ ସଚିବ, ମନ୍ତ୍ରୀ, ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ସହ ଉଚ୍ଚସ୍ମରୀୟ ତଦନ୍ତ କରାଯାଇ ଦୋଷୀଙ୍କ ଵିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅଂଚଳଵାସୀଙ୍କ ପକ୍ଷରୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *