ବନଜ୍ୟୋସ୍ନା ସାହିତ୍ୟ ସଂସଦ ର ପଞ୍ଚଦଶ ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଘାଟିତ

ବନଜ୍ୟୋସ୍ନା ସାହିତ୍ୟ ସଂସଦ ର ପଞ୍ଚଦଶ ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଘାଟିତ ।ଫୁଲବାଣୀ, ୧୪/୦୨/୨୦୨୫ କନ୍ଧମାଳ ଜିଲ୍ଲା ଫୁଲବାଣୀ ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦ ର ପଞ୍ଚଦଶ ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଗତ ତା ୧୩/୦୨/୨୦୨୫ ରିଖରେ ସ୍ଥାନୀୟ କରୋନେସନ୍ ପଡ଼ିଆରେ ଅତି ଆଡମ୍ବର ସହକାରେ ଉଦଘାଟନ ହୋଇଯାଇଛି। ଉତ୍ସବର ଉଦଘାଟକ ଭାବେ ଯୋଗ ଦେଇ କନ୍ଧମାଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶଚନ୍ଦ୍ର ଜେନା, ଏହି ୧୨ ଦିନ ବ୍ଯାପି ହେବାକୁ ଥିବା ମେଳାକୁ ଉଦଘାଟନ କରି, ମନୁଷ୍ଯ ଯେତେ ଆଧୁନିକତା ଏବଂ ପଢିବାର ଯେତେ ଉନ୍ନତ ସାଧନ ପ୍ରସ୍ତୁତ କରିଥିଲେ ମଧ୍ଯ ପୁସ୍ତକ ଉପାଦେୟତା ଏବଂ ଏହାକୁ ପଢିବାର ଆବଶ୍ୟକତା କୁ ଅଣଦେଖା କରିବା ଉଚିତ୍ ନୁହେଁ ପୁସ୍ତକ ପଢିବା ଦ୍ବାରା ହିଁ ଉଲ୍ଲେଖ ଥିବା ବିଷୟ ର ମର୍ମ ଓ ସ୍ପର୍ଶ କାତରତାକୁ ଅନୁଭବ କରି ହେବ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ସନ୍ତୋଷ କୁମାର ପାଢୀ ଯୋଗ ଦେଇ ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଉଭୟ ମତ ର ଖୁବ୍ ସୁନ୍ଦର ଉଦାହରଣ ଦେଇ ଆଧୁନିକତାର ବସବର୍ତୀ ହୋଇ ମନୁଷ୍ଯ କିଭଳି ଭାବେ ଉନ୍ନତି ର ଦୌଡ ଆଳରେ ଅବନତି ଆଡକୁ ଦ୍ରୁତଗତିରେ ଦୌଡୁଛି ବୋଲି କହିଥିଲେ। ଏହା ଦ୍ବାରା ମନୁଷ୍ଯ କୁ ବିଭିନ୍ନ ରୋଗ ଏବଂ ସମସ୍ଯା ର ସମ୍ମୁଖୀନ ହେବାକୁ ପଡୁଛି। ତେଣୁ ପୁସ୍ତକ ପଢିବା ଦ୍ବାରା ମନୁଷ୍ଯ ଭୁଲି ଯିବା ଭଳି ରୋଗର ଶୀକାର ହୁଏନାହିଁ ବୋଲି କହିଥିଲେ। କାର୍ଯ୍ୟକ୍ରମ ର ମୁଖ୍ୟ ବକ୍ତା ଭାବେ ଫୁଲବାଣୀ ସ୍ବୟଂଶାସିତ ମହାବିଦ୍ୟାଳୟ ର ଅଧ୍ଯାପକ ଡ. ଚନ୍ଦ୍ରଶେଖର ଦାସ ଯୋଗ ଦେଇ ପୁସ୍ତକ ମେଳା ର ଈତିହାସ ଓ ଏହାର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ପ୍ରାଧ୍ୟାପକ ତୀର୍ଥ ଜାନୀ ସଭାପତିତ୍ବ କରିଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ପ୍ରେସ କ୍ଲବ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ବନଜ୍ୟୋସ୍ନା ସାହିତ୍ୟ ସଂସଦ ର, ସାହିତ୍ୟ କୁ ଉଦ୍ଜୀବିତ କରି ରଖିବାରେ ଏହି ନିରନ୍ତର ପ୍ରାୟଶକୁ ପ୍ରସଂସା କରିଥିଲେ। ଅନୁଷ୍ଠାନର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ବେହେରା ପ୍ରାରମ୍ଭିକ ଅଭିଭାଷଣରେ ଅନୁଷ୍ଠାନ ଦ୍ଵାରା ଜାରି ରହିଥିବା ଦିର୍ଘ ୧୫ ବର୍ଷ ର ସଫଳତା ଯୋଗୁଁ ଜିଲ୍ଲାରେ ସାହିତ୍ୟ ର ପ୍ରସାର ସମେତ ଜିଲ୍ଲାରେ ଥିବା ତଳ ସ୍ତର ଠାରୁ ଆରମ୍ଭ କରି ସବୁ ସ୍ତରର ଏବଂ ସବୁ ବର୍ଗର ଛାତ୍ରଛାତ୍ରୀମାନଙ୍କ ପ୍ରତିଭା,ବରିଷ୍ଠ ନାଗରିକ,କ୍ରୀଡାବିତ୍,କଳାକାର,ଶିକ୍ଷାବିତ୍,ସମାଜ ସେବୀ,ପୁରୁଷ ଓ ମହିଳା ରକ୍ତଦାତା ଏବଂ ସ୍ବେଛାସେବୀ ମାନଙ୍କ ସମେତ ବିଭିନ୍ନ ପ୍ରତିଭା ର ଅଧିକାରୀ ପୁରୁଷ ଓ ମହିଳା ମାନଙ୍କୁ ସମ୍ବର୍ଦ୍ଧିତ କରି ଲୋକଲୋଚନକୁ ଆଣି ସେମାନଙ୍କର ଉତ୍ସାହ ବୃଦ୍ଧି କରିବା ଦିଗରେ କାର୍ଯ୍ୟ କରି ଆସୁଛି ବୋଲି କହିଥିଲେ। ଏହି ଅବସରରେ ଅନୁଷ୍ଠାନ ଦ୍ଵାରା ଦିର୍ଘ ୩୨ ବର୍ଷ ଧରି ପ୍ରକାଶ ପାଉଥିବା ସ୍ମରଣୀକା, “ବନଜ୍ୟୋସ୍ନା” ଏବଂ ଡଃ କାହ୍ନୁଚରଣଙ୍କ ସଙ୍କଳନ ପୁସ୍ତକ “ସମୟ ର ସ୍ବୟମ୍ଭର” ନମସ୍ତେ ଓ “ବିପ୍ଲବର ମହାନାୟକ ନେତାଜୀ ସୁଭାଷ” ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ମୁଖ୍ୟ ସମ୍ପାଦକ ଡଃ କାହ୍ନୁଚରଣ ଶତପଥୀ ପରିଚାଳନା କରିଥିଲେ। ଅନୁଷ୍ଠାନର ବରିଷ୍ଠ ସଦସ୍ୟା ପ୍ରଣତି ତ୍ରିପାଠୀ ଅତିଥି ପରିଚୟ ଓ ସ୍ବାଗତ କରିଥିଲେ। ଏହି ଅବସରରେ ପୁର୍ବରୁ ଅନୁଷ୍ଠିତ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସ୍ତରର ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଶେଷରେ ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦିକା ବିରାଜିନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *