କେରେଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବ।ର୍ଷିବ ଉତ୍ସବ ପାଳନ

କେରେଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ବ।ର୍ଷିବ ଉତ୍ସବ ପାଳନ । ଫୁଲବାଣୀ ତ। ୧୪ ୦୨/୨୦୨୫ କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ କେରେଡି ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟରେ ଗତ ତା ୧୦/୦୨/୨୦୨୫ ରିଖ ସୋମବାର ଦିନ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରାଙ୍ଗଣରେ ପାଳନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତାରା ପ୍ରସାଦ ମିଶ୍ର ଆୟୋଜିତ ସଭାର ସଭାପତିତ୍ଵ କରିବା ସଙ୍ଗେ ସଙ୍ଗେ ବିଦ୍ୟାଳୟର ବାର୍ଷିକ ବିବରଣୀ ସର୍ବ ସମ୍ମୁଖରେ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବିଧାୟକ ଶ୍ରୀଯୁକ୍ତ ଉମା ଚରଣ ମଲ୍ଲିକ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ବ୍ୟକ୍ତିଗତ ଅନୁଭୂତିକୁ ବଖାଣି ପିଲାମାନଙ୍କୁ ଅଗ୍ରସର ହେଵା ପାଇଁ ପ୍ରେରଣା ଦେଇଥିଲେ । ସମସ୍ତଙ୍କ ମିଳିତ ଉଦ୍ୟମରେ କନ୍ଧମାଳ ଜିଲ୍ଲା ସହ ଯୋଡି ହୋଇ ରହିଥିବା ପଛୁଆ ଶବ୍ଦ କୁ ଉଠାଯାଇ ପାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ମାନ୍ୟବର ବିଧାୟକ ବିଦ୍ୟାଳୟର ଥିବା ଅସୁବିଧାକୁ ଦୂର କରିବା ପାଇଁ ତାଙ୍କ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଫୁଲବାଣୀ ଗୋଷ୍ଠୀ କୃଷି ଅଧିକାରୀ ସୁଶ୍ରୀ ସୁନିତା ମିଶ୍ର ଯୋଗ ଦେଇ ତାଙ୍କର ଓଜସ୍ଵିନୀ ଭାଷଣ ଜରିଆରେ ଛାତ୍ରଛାତ୍ରୀ ତଥା ଗ୍ରାମବାସୀଙ୍କୁ ନିଜର କର୍ତ୍ତବ୍ୟ ଓ ଦାୟିତ୍ଵ ବିଷୟରେ ସଚେତନ କରାଇଥିଲେ । ସେ ଛାତ୍ରଛାତ୍ରୀଙ୍କ ବିକାଶରେ ଅଭିଭାବକ , ଶିକ୍ଷକ – ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କ ସମାନ ଭାଗୀଦାରୀତା ରହିଛି ବୋଲି ଗୁରୁତ୍ଵାରୋପ କରିଥିଲେ । ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ ଛାତ୍ର, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଆଠ ମାଲିକ. ବୌଦ୍ଧ ଶ୍ରୀଯୁକ୍ତ ବାଳକୃଷ୍ଣ କହଁର ଯୋଗ ଦେଇ ନିଜ ପିଲାଦିନର ଅନୁଭୂତିକୁ ମନେ ପକାଇ ପିଲାମାନଙ୍କୁ ଭବିଷ୍ୟତ ଗଠନ କରିବା ପାଇଁ ପ୍ରେରଣା ଦେଇଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ପ୍ରମୁଖ ଖମାରୀ , ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ସୁରଜ ଦିଗାଲ ଏବଂ ପାଞ୍ଚଶଖା ଶିକ୍ଷା ସେତୁ କମିଟିର ସଭାପତି ଶ୍ରୀଯୁକ୍ତ ପ୍ରବୀଣ କୁମାର ସାହୁ ଯୋଗ ଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଖାଦ୍ୟପେୟର ବନ୍ଦୋବସ୍ତ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵକୁ ଶିକ୍ଷକ କୃପାନିଧି ପ୍ରଧାନ ସୁଚାରୁରୂପେ ପରିଚାଳନା କରିଥିଲେ । ମଞ୍ଚ ସଜ୍ଜାଦାୟିତ୍ଵରେ ଅମିତ କୁମାର ତ୍ରିପାଠୀ ଏବଂ ମଞ୍ଚ ପରିଚାଳନାରେ ସଂସ୍କୃତ ଶିକ୍ଷକ ଶ୍ରୀ ପ୍ରତାପ କୁମାର ପଣ୍ଡା, ପୃରସ୍କାର ବିତରଣରେ ଶିକ୍ଷୟିତ୍ରୀ ଶ୍ରୀମତୀ ମିତାଞ୍ଜଳି ପ୍ରଧାନ ଏବଂ ସୁଶ୍ରୀ ଅରୁନ୍ଧତୀ ଦିଗାଲ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରଭାସିନୀ କହଁର ସହଯୋଗ କରିଥିଲେ । ଶିକ୍ଷକ କୃପାନିଧି ପ୍ରଧାନ ଶୃଙ୍ଖଳା ଦାୟିତ୍ଵକୁ ସୁଚାରୁରୂପେ ତୁଲାଇଥିଲେ । ଶିକ୍ଷକ ରମେଶ ଶୁକମାଝି ଏବଂ ଶ୍ରୀମତୀ ବିସ୍ମିତା ପ୍ରଧାନ ସମସ୍ତ ଅତିଥିଙ୍କ ଅଭ୍ୟର୍ଥନା ଦାୟିତ୍ଵକୁ ନିର୍ବାହ କରିଥିଲେ । ଅର୍ଣ୍ଣପୂର୍ଣ୍ଣା ସ୍ଵୟଂ ସହାୟିକା ଗୋଷ୍ଠୀ ର ସଦସ୍ୟ ମାନେ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ଶ୍ରୀମତୀ ରିତାରାଣୀ କହଁର ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ପରେ ବିପୁଳ ସଂଖ୍ୟକ ଗ୍ରାମବାସୀ , କମିଟିର ସମସ୍ତ ସଦଶ୍ୟ ଏବଂ ଅଭିଭାବକ – ଅଭିଭାବିକାଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ତାରା ପ୍ରସାଦ ମିଶ୍ର ବାର୍ଷିକ ଉତ୍ସବକୁ ଉଦଯାପିତ କରିଥିଲେ ।

Leave a Reply

Your email address will not be published. Required fields are marked *