କର୍ପୋରେଟ ସପକ୍ଷବାଦୀ ବଜେଟକୁ ପ୍ରତ୍ୟାହାର କର ଦାବିରେ ସିପିଏମ ର ପ୍ରତିବାଦ

ବ୍ରହ୍ମପୁର – ଚଳିତ କେନ୍ଦ୍ର ବଜେଟ ଦେଶର ୨୦୦ ସତ ଡଲାର କୋଟିପତିଙ୍କ ପାଇଁ ବଜେଟକୁ ଉତ୍ସାର୍ଗୀକୃତ କରିଦେଇଥିବା ବେଳେ ଆୟକର ଦେଉଥିବା ୨.୨ ପ୍ରତିଶତ ଲୋକଙ୍କୁ କିଛି ରିହାତି ପ୍ରଦାନ କରିଛି। ଅନ୍ୟ ଦିଗରେ ଦୈନିକ ୨୦୦ ଟଙ୍କା ଖର୍ଚ୍ଚ କରିବା ପାଇଁ ସକ୍ଷମ ହେଉନଥିବା ୮୦ ପ୍ରତିଶତ ଲୋକଙ୍କୁ ସମ୍ପୂର୍ଣ୍ଣ ନିରାଶ କରାଯାଇଛି।ବଜେଟରେ ଦରବୃଦ୍ଧି, ବେକାରୀ ଓ କୃଷିକ୍ଷେତ୍ରର ସମସ୍ୟା ସମାଧାନ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ।ଶିକ୍ଷା, ସ୍ୱାସ୍ଥ୍ୟ, ସମାଜ କଲ୍ୟାଣ ,ମନରେଗା, ଆଦିବାସୀ ହରିଜନ ଶବ ପ୍ଲାନ ଏବଂ ଅନ୍ୟାନ୍ୟ ସମାଜ କଲ୍ୟାଣ ଯୋଜନାରେ ଅନୁଦାନ ହ୍ରାସ କରାଯାଇଛି। ଫଳରେ ଦେଶର ଅଧିକାଂଶ ଲୋକ ଦୁର୍ଦଶାର ସମ୍ମୁଖୀନ ହେବେ।ଅନ୍ୟଦିଗରେ ଦେଶୀ ବିଦେଶୀ କମ୍ପାନୀ ମାନଙ୍କୁ ଲାଭ ଦେବାପାଇଁ କର୍ପୋରେଟ ଟିକସ ଛାଡ଼, ଋଣ ଛାଡ, ସୌଖିନି ସାମଗ୍ରୀ ଉପରୁ ଆମଦାନୀ ଟିକସ ହ୍ରାସ, ସରକାରୀ ସମ୍ପତ୍ତିକୁ ପାଣିଦରରେ ବିକ୍ରୀଭଳି ଧାରା ବଳବତ୍ତର ରହିଛି।ତେଣୁ ଏହି ବଜେଟକୁ ପ୍ରତ୍ୟାହାର କରିବା ପାଇଁ ବାମପନ୍ଥୀ ଦଳ ପକ୍ଷରୁ ଦାବୀ କରି ବିକଳ୍ପ ପ୍ରସ୍ତାବ ଦିଆଯାଇଛି।ଦେଶର ୨୦୦ ସତ ଡଲାର କୋଟିପତିଙ୍କ ଉପରେ ୪ ପ୍ରତିଶତ ସମ୍ପତ୍ତି କର ଲାଗୁକର, MSP ପାଇଁ ଆଇନ କର, ରାଷ୍ଟ୍ରାୟତ ସମ୍ପତ୍ତି ବିକ୍ରୀ ବନ୍ଦକର, ମାନରେଗାରେ 50 ପ୍ରତିଶତ ଅନୁଦାନ ଵୃଦ୍ଧି କର, ଶିକ୍ଷା ପାଇଁ GDP ର ୬ ପ୍ରତିଶତ ଓ ସ୍ୱାସ୍ଥ୍ୟ ପାଇଁ ୩ ପ୍ରତିଶତ ଖର୍ଚ୍ଚ କର, ଖାଦ୍ୟ ସବସିଡି ବୃଦ୍ଧିକର,SC, ST ଓ ମହିଳା ମାନଙ୍କ ପାଇଁ ଅଧିକ ଅନୁଦାନ ଦିଅ ଏବଂ ରାଜ୍ୟ ମାନଙ୍କୁ ଅଧିକ ଅର୍ଥ ଓ କେନ୍ଦ୍ରୀୟ ଯୋଜନା ଗୁଡିକୁ ଅଧିକ ଅନୁଦାନ ଦିଅ।ଫଳରେ ରାଜ୍ୟ ଗୁଡିକ ଅର୍ଥିକଭାବେ ଶକ୍ତିଶାଳୀ ହେବେ, ଲୋକଙ୍କ ହାତକୁ ଟଙ୍କା ଆସିଲେ ବଜାର ସକ୍ରିୟ ହେବ ଏବଂ ବ୍ୟବସାୟ ବାଣିଜ୍ୟ ବୃଦ୍ଧି ପାଇବ।ଅର୍ଥ ନୀତି ସୁଦୃଢ଼ ହେବ।ଦେଶର ଅବିବୃଦ୍ଧି ଘଟିବ।ତେଣୁ କର୍ପୋରେଟ ସପକ୍ଷବାଦୀ ନୀତିକୁ ପ୍ରତ୍ୟାହାର କରି ବିକଳ୍ପ ନୀତି ଗ୍ରହଣ କରିବା ପାଇଁ ବକ୍ତାମାନେ ଦାବୀ କରିଥିଲେ।ଆଜିର ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ପାର୍ଟିର କେନ୍ଦ୍ର କମିଟି ସଭ୍ୟ ଅଳି କିଶୋର ପଟ୍ଟନାୟକ, ଜିଲା ସମ୍ପାଦକ ଯୁଧିଷ୍ଠିର ବେହେରା, କୈଳାସ ଷଡ଼ଙ୍ଗୀ, ବିଦ୍ୟାଧର ଜେନା, ରାମ ଚନ୍ଦ୍ର ନାୟକ, ଦିଲୀପ ଛୋଟରାୟ,ସିବ ପ୍ରସାଦ ମହାପାତ୍ର,ପ୍ରତାପ ଚୌଧୁରୀ, ବାବୁଲା ନାୟକ,ବାପିନି ନାୟକ, ବିଜୟ ବିଶୋଇ, ଅଜୟ ଗୌଡ଼, ଖଲି ସ୍ୱାଇଁ,ବିଷ୍ଣୁ ପ୍ରିୟା ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ।

Leave a Reply

Your email address will not be published. Required fields are marked *