ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ଜାତୀୟ ଚର୍ଚ୍ଚା ସତ୍ର ଉଦଯାପିତ

ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ଅଦ୍ଵୈତ ବେଦାନ୍ତ ବିଭାଗ ପକ୍ଷରୁ ଦିନ ଦ୍ୱୟ ବ୍ୟାପି ରାଷ୍ଟ୍ରୀୟ ଚର୍ଚ୍ଚା ସତ୍ର ଉଦଯାପିତ ହୋଇଯାଇଛି | ଏହିସଂଗୋଷ୍ଠୀରେ ସମୁଦ୍ଧଘାଟକ ରୂପରେ ଯୋଗଦେଇ ବିଶ୍ଵବିଦ୍ୟାଳୟ ର ମାନନୀୟ କୁଳପତି ପ୍ରଫେସର ଡ. ପ୍ରସନ୍ନ କୁମାର ସ୍ଵାଇଁ ମହୋଦୟ ଶ୍ରୀମଦ୍ ଭଗବତ୍ ଗୀତାର ମହତ୍ତ୍ୱ ସମ୍ପର୍କରେ ଭାଷଣ ଉପସ୍ଥାପନା କରିଥିଲେ l ମୁଖ୍ୟ ଅତିଥି ଭାବରେ ସୁଦୂର ତିରୁପତି ନଗର ରୁ ଆସିଥିବା ପ୍ରଫେସର୍ କେ ଗଣପତି ଭଟ୍ଟ ମୁଖ୍ୟ ବକ୍ତା ଭାବରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଦିଲ୍ଲୀ ରୁ ପ୍ରଫେସର୍ ରାମନାଥ ଝା ସମ୍ମାନୀତ ଅତିଥି ଭାବରେ ପ୍ରଫେସର୍ ପ୍ରଭାତ ରଞ୍ଜନ ମହାପାତ୍ର ମହୋଦୟଯୋଗଦେଇ ଥିଲେ l ଉଦଘାଟନ ସତ୍ର ରେ ଅଧକ୍ଷ ଭାବେରେ ପ୍ରଫେସର୍ ଦତ୍ତାତ୍ରୟ ମୂର୍ତ୍ତି ଭାଷଣ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକର୍ମର ସମାପନ ସତ୍ର ରେ ଶ୍ରୀ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ବିଶ୍ବିଦ୍ୟାଳୟର ସର୍ବଦର୍ଶନ ବିଭାଗର ଅଧକ୍ଷ ପ୍ରଫେସର୍ ଦାସ ଗୌରପ୍ରିୟା ମୁଖ୍ୟବକ୍ତା ଭାବେରେ, ଶ୍ରୀ ନିଗମା ନନ୍ଦ ସାରସ୍ବତ ଆଶ୍ରମ ର ଅଧକ୍ଷ ସ୍ବାମୀ ଶଙ୍କରାନନ୍ଦ ସରସ୍ୱତୀ ମୁଖ୍ୟ ଅତିଥି ଭାବେରେ, ବିଶ୍ବିଦ୍ୟାଳୟର ସ୍ନାତକୋତ୍ତ୍ରର ପରିଷଦ ର ଅଧକ୍ଷ ପ୍ରଫେସର୍ ଦତ୍ତାତ୍ରୟ ମୂର୍ତ୍ତି ଅଧକ୍ଷତା କରିଥିଲେ l

ଏହି କାର୍ଯ୍ୟ କ୍ରମ ରେ ଡ. ଅଜୟ କୁମାର ଦାଶ ମଙ୍ଗଳା ଚରଣ କରିଥିଲେ l ଡ. ରାଧାକାନ୍ତ ପଣ୍ଡା ସଂଯୋଜକ ରୂପ ରେ ଥିବା ବେଳେ ଡ. ଶ୍ରଦ୍ଧାଞଜଳି ମହାପାତ୍ର କାର୍ଯ୍ୟ କ୍ରମ ରେ ନିର୍ଦ୍ଦେଶିକା ଭାବରେ ଦାୟିତ୍ୱ ସମ୍ପାଦନ କରିଥିଲେ , ଡ. ରାସମଣୀ ଘୋଡେ଼ଇ ଧନ୍ୟବାଦ ଅର୍ପଣ କରିଥିଲେ lଏହି କାର୍ଯ୍ୟ କ୍ରମ ରେ ବହୁ ବିଶ୍ଵ ବିଦ୍ୟାଳୟ ମହାବିଦ୍ୟାଳୟ ର ଆଚାର୍ଯ୍ୟ ମାନେ ଉପସ୍ଥିତ ଥିଲେ lବିଶ୍ଵ ବିଦ୍ୟାଳୟ ର ସମସ୍ତ ଆଚାର୍ଯ୍ୟ ତଥା ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *