ନାଟ୍ୟଦୀପ ପକ୍ଷରୁ ଷଷ୍ଠ ଲୋକକଳା ମହୋତ୍ସବ ଉଦଘାଟିତ

କୋଣାର୍କର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ନାଟ୍ୟଦୀପ ପକ୍ଷରୁ ଆସନ୍ତା ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ୩ଦିନିଆ ଷଷ୍ଠ ଲୋକକଳା ମହୋତ୍ସବ ୨୦୨୫ ଶୁକ୍ରବାର ସନ୍ଧ୍ୟାରେ ଶୁଭ ଉଦଘାଟିତ ହୋଇଛି । ଉଦଘାଟନୀ ଉତ୍ସବରେ ଅତିଥି ଭାବେ ପୁରୀ ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ନାଥ ତରାଇ, ନାଟ୍ୟକାର ସୁବୋଧ ପଟ୍ଟନାୟକ, ସମାଜସେବୀ ମନୋଜ କୁମାର ନାୟକ, ସୁରେନ ପାଲ୍, ଲେଖକ ସଞ୍ଜୟ ବରାଳ ପ୍ରମୁଖ ଯୋଗ ଦେଇ ଉଦଘାଟନ କରିବା ସହିତ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ମହୋତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଲୋକ କଳା ନୃତ୍ୟ ଶିଳ୍ପୀ ମାନେ ଆସି ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଥିଲେ। ନାଟ୍ୟଦୀପ ଅନୁଷ୍ଠାନ ପକ୍ଷରୁ ଗୁରୁ ପ୍ରିୟଙ୍କା ଦାସଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ ଓ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ଏଥି ସହିତ କଟକ ଲୋକସାସ୍ତ୍ର କଳା ପରିଷଦ ପକ୍ଷରୁ ଗୁରୁ ଗଙ୍ଗାଧର ଦାସଙ୍କ ନିର୍ଦ୍ଦେଶନାରେ ଚିତ୍ତାକର୍ଷକ ସମ୍ବଲପୁରୀ ନୃତ୍ୟ ଓ ବାଦ୍ୟ ପରିବେଷଣ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା। ନାଟ୍ୟଦୀପ ନିର୍ଦ୍ଦେଶକ କାଳନ୍ଦି ଚରଣ ସ୍ବାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନିତ୍ୟାନନ୍ଦ ମହାରଣା ଓ ମିଟୁ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ। ରବିବାର ଲୋକ କଳା ମହୋତ୍ସବ ଉଦଯାପିତ ହେବ।

Leave a Reply

Your email address will not be published. Required fields are marked *