ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ପାଟିଆଗୋଡ଼ା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଶିବାଜୀ ନାୟକଙ୍କ ୩ ବଖରା ଘର ସମ୍ପୂର୍ଣ୍ଣ ଜଳି ପୋଡି ନଷ୍ଟ ହୋଇଯାଇଛି। ଏଥିସହିତ ଧାନ, ଚାଉଳ, ଆସବାବପତ୍ର, ଦରକାର ଦସ୍ତାବିଜ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ପରିବାର ଲୋକେ ଘରେ ଖାଇ ସାରି ଶୋଇବାକୁ ଯାଉଥିବା ବେଳେ ଘର ପଛ ପାଖରୁ ଅଗ୍ନିକାଣ୍ଡ ଘଟିଥିଲା। ତେବେ ଚାହୁଁ ଚାହୁଁ କ୍ଷଣକରେ ନିଆଁ ସମ୍ପୂର୍ଣ୍ଣ ଘର ଗୁଡିକ ଜାଳିପୋଡି ପାଉଁଶ କରି ଦେଇଥିଲା। ପିନ୍ଧା ବସ୍ତ୍ର ବ୍ୟତୀତ ପରିବାର ଲୋକେ କିଛି ବି ଉଦ୍ଧାର କରି ପାରିନଥିଲେ। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଖବର ପାଇ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିସହିତ ଅଗ୍ନିବିପନ୍ନଙ୍କ ପରିବାର ଲୋକଙ୍କୁ ଭେଟି ସ୍ଥାନୀୟ ସରପଞ୍ଚ ସହଯୋଗର ହାତ ବଢ଼େଇଥିଲେ। ତୁରନ୍ତ ସରକାରୀ ସ୍ତରରେ ବିପନ୍ନଙ୍କ ପରିବାର ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *