ଓଡିଶାର ଆଦିବାସୀ ଯୁବ ଚାଷୀଙ୍କୁ କଦଳୀ ଚାଷ ପାଇଁ ଜାତୀୟସ୍ତରରେ ସମ୍ବର୍ଦ୍ଧନା

ଓଡିଶାର ଆଦିବାସୀ ଯୁବ ଚାଷୀଙ୍କୁ କଦଳୀ ଚାଷ ପାଇଁ ଜାତୀୟସ୍ତରରେ ସମ୍ବର୍ଦ୍ଧନା ଜ୍ଞାପନଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ଅଖିଳ ଭାରତୀୟ ସଂଯୋଜିତ ଫଳ ଗବେଷଣା ପ୍ରକଳ୍ପ ତରଫରୁ ବୈଜ୍ଞାନିକ ଡଃ ସୌଦାମିନୀ ସ୍ଵାଇଁ ଓ ଡଃ ନିରଞ୍ଜନ ଚିନରାଙ୍କ ତରଫରୁ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫୁଲବାଣୀ ବ୍ଲକର କର୍ଣ୍ଣଡ ଗ୍ରାମପଞ୍ଚାୟତ ଅଧିନସ୍ଥ ମିଣିଆ ଗ୍ରାମର ଆଦିବାସୀ ଜନଜାତିଙ୍କ ପାଇଁ କଦଳୀ ଚାଷ ପ୍ରଣାଳୀର ତାଲିମ ଶିବିର ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ସେମାନଙ୍କୁ ଉନ୍ନତ ମାନର କଦଳୀ ଚାରା ଯୋଗାଇ ଦିଆଯାଇଥିଲା।

ଏହା ବ୍ୟତୀତ ଚାଷପାଇଁ ଦରକାର ହେଉଥିବା ଆନୁଷଙ୍ଗିକ ଖତ, ସାର, ଔଷଧ ଏବଂ ଚାଷଉପଯୋଗୀ ଯନ୍ତ୍ରପାତି ଯୋଗାଇଦିଆଯାଇଥିଲା । ସେମାନେ ଗ୍ରାଣ୍ଡ ନାଇନ, ଚମ୍ପା ଓ ବନ୍ତଳ କିସମର କଦଳୀ ଚାଷ କରି ପ୍ରଭୂତ ଲାଭନ୍ନିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଶ୍ରୀ ବିମଳ କନର ନାମକ ଏକ ଯୁବ ଚାଷୀ ଲକ୍ଷାଧିକ ଟଙ୍କା ଲାଭ ପାଇଛନ୍ତି । ସେଥିପାଇଁ ବିହାର କୃଷି ବିଶ୍ୱବିଦ୍ୟାଳୟ, ସାବୋର, ଭାଗଲପୁର ଠାରେ ଅନୁଷ୍ଠିତ ହୋଇଥିବା ଚାରିଦିନିଆ ଦ୍ଵାଦଶ ଗୋଷ୍ଠୀ ସମ୍ମିଳନୀରେ ଅଖିଳ ଭାରତୀୟ ସଂଯୋଜିତ ଫଳ ଗବେଷଣା ପ୍ରକଳ୍ପର ସଂଯୋଜକ ଡଃ ପ୍ରକାଶ ପାଟିଲ କନ୍ଧମାଳର ଶ୍ରୀ ବିମଳ କନରଙ୍କୁ ସର୍ବଭାରତୀୟ ସ୍ତରରେ ସମ୍ମାନିତ କରିଥିଲେ। ଏହା ଆମ ଓଡିଶା ରାଜ୍ୟ ପାଇଁ ଗର୍ବ ଏବଂ ଗୌରବର ବିଷୟ।

Leave a Reply

Your email address will not be published. Required fields are marked *