ଭାରତୀୟ ଜନତା ପାର୍ଟି ହାଜିପୁର ମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ ଅନୁଷ୍ଠିତ

ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ବଡ ଖଣ୍ଡାୟତ ପଂଚାୟତ ର ସିଦ୍ଧ ବଟ ପୀଠରେ ଭାରତୀୟ ଜନତା ପାର୍ଟି ହାଜିପୁର ମଣ୍ଡଳ ପକ୍ଷରୁ ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମଣ୍ଡଳ ସଭାପତି ଦୀପ୍ତି ପ୍ରସାଦ ପରିଜା, ସମିତି ସଭ୍ୟ ରଞ୍ଜନ ବେହେରା, ଜିଲ୍ଲା ବିଜେପି ସଂଖ୍ୟା ଲଘୁ ସେଲ ଜିଲ୍ଲା ଯୁବ ସଭାପତି ସୟତ ମୁକ୍ତାର ଅଲ୍ଲୀ, ବରିଷ୍ଠ ବିଜେପି ନେତା ରାଜ କିଶୋର ବେହେରା, ସଞ୍ଜୟ ମହାନ୍ତି ପ୍ରମୁଖ ଯୋଗ ଦେଇ ନୂତନ ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର ଓ ଜଗତସିଂହପୁର ସାଂସଦ ଡଃ ବିଭୁ ପ୍ରସାଦ ତରାଇ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପରେ ହାଜିପୁର ମଣ୍ଡଳ ର ଶତାଧିକ କର୍ମୀ ଭାରତୀୟ ଜନତା ପାର୍ଟି ସାମିଲ ହେବା ସହିତ ତୃଣ ମୂଳ ସ୍ତରରେ ଦଳକୁ ସଂଗଠିତ କରିବା ଓ ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଏକତ୍ରିତ ହୋଇ କାମ କରିବାକୁ ସଭାପତି ଓ ସାଂସଦ ଆହ୍ୱାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *