ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ୫ଦିନିଆ ଯୁବ ବିନିମୟ କାର୍ଯ୍ୟକ୍ରମ ଉଦଘାଟିତ

ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ଯାତ୍ରୀ ନିବାସ ସମ୍ମେଳନ କକ୍ଷରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟର ସ୍ବୟଂ ଚାଳିତ ସଂସ୍ଥା ପୁରୀ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ୫ ଦିବସୀୟ ଯୁବ ବିନିମୟ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ପୁରୀ ଜିଲ୍ଲା ଯୁବ ସଂଯୋଜକ ଅନୁରାଗ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଯୁବ ବିନିମୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି କାକଟପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଫୁଲବାଣୀ ନେହେରୁ ଯୁବ କେନ୍ଦ୍ରର ଯୁବ ସଂଯୋଜକ ନବନୀତ କୁମାର, ଶିକ୍ଷାବିତ, ସମାଜସେବା ରାମକୃଷ୍ଣ ମହାନ୍ତି,ନେହେରୁ ଯୁବ କେନ୍ଦ୍ରର କାର୍ଯ୍ୟକ୍ରମ ଅଧିକାରୀ ଅଶୋକ କୁମାର ବେହେରା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଲକ୍ଷ୍ୟ, ଉର୍ଦେଶରେ ସମ୍ପର୍କରେ ଆଲୋଚନା କରିବା ସହ ଯୁବକ ସମାଜ ପ୍ରତି ଉପାଦେୟତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଭାରତ ବର୍ଷର ସାମୁହିକ ବିକାଶ ପାଇଁ ଯୁବଗୋଷ୍ଠୀ ଏକଜୁଟ ହୋଇ ପ୍ରଗତିର ରଥର ସାରଥି ସାଜି ଆଗେଇ ନେବା ପାଇଁ ଅତିଥି ମାନେ ଯୁବ ଗୋଷ୍ଠୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ୫ ଦିବସୀୟ କାର୍ଯ୍ୟକ୍ରମରେ ସଫେଇ କାର୍ଯ୍ୟକ୍ରମ, ପରିଭ୍ରମଣ, ଆଲୋଚନା ଚକ୍ର, ସଚେତନତା କାର୍ଯ୍ୟକ୍ରମ, ଭାବ ବିନିମୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ସ୍ଥିର କରାଯାଇଛି।ସୁନ୍ଦରଗଡ ଜିଲ୍ଲାର ୨୫ ଜଣ ଯୁବପିଢ଼ି ଯୋଗ ଦେଇ ପୁରୀ ଜିଲ୍ଲାର କିପରି ରହିଛି ଚାଲିଚଳନ ତାହାକୁ ଗାଁ ଗାଁ ବୁଲି ଦେଖିବା ସହ ସୁନ୍ଦରଗଡ ର ଚାଲିଚଳନକୁ ପୁରୀ ଜିଲ୍ଲାର ଯୁବ ପିଡିଙ୍କୁ ଶିକ୍ଷା ଦେବାର କାର୍ଯ୍ୟକ୍ରମ ରହିଛି।

Leave a Reply

Your email address will not be published. Required fields are marked *