ଅବକାରୀ ପୋଲିସକୁ ଅଟକ ରଖିଲେ ଲୋକେ
ନୋଟିସ ଦେବାକୁ ଆସି ସ୍ଥାନୀୟ ଲୋକଙ୍କ ଦ୍ୱାରା ହଟହଟା ହେଲେ ଅବକାରୀ ପୋଲିସ। ଭଦ୍ରକ ପୁରୁଣାବଜାର ଥାନା ଅନ୍ତର୍ଗତ କାଜିମହଲାରେ କିଛି ପୋଲିସ କର୍ମଚାରୀ ସେକ ତବରେଜଙ୍କ ଘରେ ପଶିଯିବା ସହ ମହିଳାଙ୍କ ଫୋଟ ନିଜ ମୋବାଇଲରେ ଉଠାଇବା ଘଟଣାକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ। ବହୁ ସମୟ ପର୍ଯ୍ୟନ୍ତ ଅବକାରୀ ପୋଲିସକୁ ସେମାନେ ଅଟକ ରଖିଥିଲେ।
