ଓଡ଼ିଶା ସ୍ଵଚ୍ଛ ସାଥୀ ଓ ସୁପରଭାଇଜର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
କାମାକ୍ଷାନଗର -ଢେ଼ଙ୍କାନାଳ ସଦର ରାଜ୍ୟରେ ସହରାଞ୍ଚଳରେ ସଫେଇ ଏବଂ ପରିମଳ କାର୍ଯ୍ୟରେ ସ୍ୱଚ୍ଛସାଥୀ ମାନଙ୍କର କାର୍ଯ୍ୟକୁ ଦେଖି ସରକାର ଦରମା ବୃଦ୍ଧି କରିଛନ୍ତି । ଦରମା ବୃଦ୍ଧିକୁ ସଂଘ ସ୍ବାଗତ କରିଥିଲା ବେଳେ ହେଲେ ରଖା ଯାଇଥିବା ସତ୍ଵକୁ ସଂଘ ବିରୋଧ କରି ବିନା କୌଣସି ସତ୍ଵରେ ବଧିତ ଦରମା ପ୍ରଦାନ କରିବା ପାଇଁ ଢେ଼ଙ୍କାନାଳ ଜିଲ୍ଲା ସଂଘ ପକ୍ଷରୁ ଆଜି ଶନିବାର ମଧ୍ୟାହ୍ନ ୧୨ ଟାରେ ଜିଲ୍ଲା କାର୍ଯ୍ୟାଳୟରେ ଜିଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏବଂ ତୁରନ୍ତ ଏଥି ପ୍ରତି ଜିଲ୍ଲାପାଳ ମହାଶୟ ଦୃଷ୍ଟି ଦେବା ପାଇଁ ସେମାନେ ଅନୁରୋଧ କରିଛନ୍ତି ।
