ଜାଲ ସାର୍ଟିଫିକେଟ ରାକେଟ ଘଟଣାରେ ଅଧ୍ୟାପିକା ଫେରାର।

ନିମାପଡା ନିମାପଡା ମହିଳା କଲେଜର ଅଧ୍ୟାପିକାଙ୍କ ନାମରେ ଦୁଇ ଜଣ ଛାତ୍ରୀ କାଜଲ ସେନାପତି, ସୁଶିଲା ଥାପା ଆଣିଛନ୍ତି ଗୁରୁତର ଅଭିଯୋଗ। ପୋଲିସ ତଦନ୍ତ ଚଳାଇଥିବା ବେଳେ ଏହି ଘଟଣାରେ ସମ୍ପୂକ୍ତ ଅଧ୍ୟାପିକାଙ୍କ ବାପାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠା ଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅଧ୍ୟାପିକାଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଅଧ୍ୟାପିକାଙ୍କୁ ଗିରଫ କରାଯାଇ ନାହିଁ। ମିଳିଥିବା ସୂଚନା ଅନୁଯାଇ ନିମାପଡା ପୌର ପରିଷଦ ଅନ୍ତର୍ଗତ ଦେବୀମଣ୍ଡପ ସାହିର ପ୍ରସନ୍ନ ସେନାପତିଙ୍କ ଝିଅ କାଜଲ ସେନାପତି ଏବଂ ତାଙ୍କର ଜଣେ ସହପାଠୀ ସୁଶିଲା ଥାପା ନିମାପଡା ମହିଳା କଲେଜର ଯୁକ୍ତ ତିନି ଦ୍ୱତୀୟ ବର୍ଷର ଛାତ୍ରୀ ଭାବରେ ପାଠ ପଢ଼ନ୍ତି।ସେହି କଲେଜର ଅଧ୍ୟାପିକା ଶୁଭସ୍ମିତା ସ୍ୱାଇଁ ଅଧ୍ୟାପିକା ଥାଇ ଛାତ୍ରୀଙ୍କ ସହିତ ଚଞ୍ଜକତା କରି କୋଣାର୍କରେ ଥିବା ଏକ ନର୍ସିଙ୍ଗ କଲେଜରେ ଛାତ୍ରୀଙ୍କ ଅଜଣାତରେ ଆଡ଼ମିଶନ କରାଇ ଷ୍ଟାଇପେଣ୍ଡ ଟଙ୍କା ଆତ୍ମସାତ କରିଥିବା ନିମାପଡା ଥାନାରେ ଅଭିଯୋଗ କରିଥିଲେ।ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରୀ ରଖିଥିବା ବେଳେ ଅଧ୍ୟାପିକାଙ୍କ ବାପା ଟଙ୍କା ହଡ଼ପ ଘଟଣାରେ ସମ୍ପୂକ୍ତ ଥିବା ପୋଲିସର ତଦନ୍ତରୁ ଜଣା ପଡିଛି।ପୋଲିସ ଚଢ଼ାଉ କରି ଅଧ୍ୟାପିକାଙ୍କ ବାପାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଅଧ୍ୟାପିକା ଫେରାର ଥିବା ବେଳେ ଘଟଣାରେ ସମ୍ପୂକ୍ତ ଥିବା ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଛାତ୍ରୀ ଅଭିଭାବକ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *