ସମାଜ ପାଠକ ବିଚାର ମଞ୍ଚ ପକ୍ଷରୁ ବନ ବିହାର
ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗର ସମାଜ ପାଠକ ବିଚାର ମଞ୍ଚ ପକ୍ଷରୁ ବନ ବିହାର କାର୍ଯ୍ୟକ୍ରମ କାନପୁରା ପଞ୍ଚାୟତ ର ଗୁଣ୍ଡିଚାନାଳି ସ୍ଥିତ ରାମିଆଳ ନଦୀ ର ଖଦଖଦି ଠାରେ ଅନୁଷ୍ଠିତ ହୋଇ ଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ମୁଖ୍ୟତିଥି ଭାବେ ଯୋଗଦେଇ ଅଞ୍ଚଳର ସମସ୍ୟା ପ୍ରତି ଅବଗତ ହୋଇ ସେସବୁ ର ସମାଧାନ ପ୍ରତି ଗୁରୁତ୍ୱ ଦେଇ ତ୍ୱରିତ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ l କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଯୋଗଦେଇ ଅଞ୍ଚଳର ସାମଗ୍ରୀକ ଊର୍ନତି ଦିଗରେ ପଦକ୍ଷେପ ନେବାକୁ ସୂଚନା ପ୍ରଦାନ କରିଥିଲେ l ଆବାହକ ଶୁଭମୟ ନନ୍ଦ ଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତି ଜ୍ଞାନ ରଞ୍ଜନ ମିଶ୍ର ଅଧ୍ୟକ୍ଷତାରେ ମୁଖ୍ୟ ଉପଦେଷ୍ଟା ମେଜର ପ୍ରଭାତ କୁମାର ଦାଶ, ସଂପାଦକ ଶରତ ଚନ୍ଦ୍ର ବେହେରା ବରିଷ୍ଠ ସଦସ୍ୟ ଅମର ପ୍ରସାଦ ଶତପଥୀ, ପ୍ରେମାନନ୍ଦ ପରିଡା ପ୍ରମୁଖ ବିଭିର୍ନ୍ନ ସମସ୍ୟା ସଂପର୍କରେ ଆଲୋକପାତ କରିଥିଲେ l ଉପଖଣ୍ଡ ସାମ୍ବାଦିକ ସଂଘର ସାଧାରଣ ସଂପାଦକ ପ୍ରକାଶ କୁମାର ପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରମୋଦ କୁମାର ସ୍ୱାଇଁ,ପ୍ରହ୍ଲାଦ ମୁଦୁଲି,ସୋମ୍ୟରଞ୍ଜନ ନାୟକ,ଦେବୀପ୍ରସାଦ ନାୟକ ପ୍ରମୁଖ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ l ଦିଲ୍ଲୀପ କୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ l
