ଶ୍ରୀ ରାଧାରମଣ ଫାଉଣ୍ଡେସନ ର ୩୫ ତମ ପ୍ରତିଷ୍ଠା ଦିବସ
ଜାତୀୟ ଆଲୋଚନା ଚକ୍ର ‘ ବୈଷ୍ଣବୀୟ ଚେତନାରେ ଶ୍ରୀ ଜଗନ୍ନାଥ’. ,ଅନୁଷ୍ଠିତ।ଶ୍ରୀକ୍ଷେତ୍ର ହେଉଛି ଏକ ବୈଷ୍ଣବୀୟ କ୍ଷେତ୍ର। ଏହି କ୍ଷେତ୍ରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ସାକ୍ଷାତ ବିଷ୍ଣୁ ରୂପରେ ଆରାଧିତ। ଯାହାଙ୍କ ଦ୍ୱାରା ଆକର୍ଷିତ ହୋଇ ଏହି କ୍ଷେତ୍ର କୁ ଆସିଥିଲେ ଶ୍ରୀଚୈତନ୍ୟ ମହାପ୍ରଭୁ, ବିଷ୍ଣୁସ୍ୱାମୀ, ମାଧଃଚର୍ଯ୍ୟ, ନିମ୍ବାର୍କ ଆଦି ଧର୍ମାଚର୍ଯ୍ୟ ବୃନ୍ଦ। ଏହି ମାନଙ୍କ ଦର୍ଶନ ରେ ଜଗନ୍ନାଥ ସଂସ୍କୃତି ପୃଷ୍ଠତା ଲାଭ କରି ବିଶ୍ଵବ୍ୟାପୀ ହୋଇ ପାରିଥିଲା। ସେହି ଧର୍ମ ସଂସ୍କୃତିକୁ ଆଧାର କରି ଶ୍ରୀ ଶ୍ରୀ ରାଧା ରମଣ ଦେବ ବୈଷ୍ଣବୀୟ ଚେତନାକୁ ଜଗନ୍ନାଥ ଧାମରେ ପ୍ରଚାର ପ୍ରସାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହିପରି ମତ ରଖିଥିଲେ ବିଶିଷ୍ଟ ଗବେଷକ ବୃନ୍ଦ। ଶ୍ରୀ ଶ୍ରୀ ରାଧାରମଣ ଫାଉଣ୍ଡେସନ ର ୩୫ ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ହୋଇଥିଲା ଜାତୀୟ ଆଲୋଚନା ଚକ୍ର ବୈଷ୍ଣବୀୟ ଚେତନାରେ ଶ୍ରୀ ଜଗନ୍ନାଥ। ଅନୁଷ୍ଠାନ ର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ଗୁରୁ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବକୁ ସୁବୋଧ କୃଷ୍ଣ ମିଶନ ର ମୁଖ୍ୟ ସ୍ୱାମୀ କୃଷ୍ଣ ପ୍ରେମାନନ୍ଦଜୀ ମହାରାଜ ପ୍ରଦୀପ ପ୍ରଜ୍ବଲଣ କାର୍ଯ୍ୟ ଉଦ୍ଘାଟନ କରି ବୈଷ୍ଣବ ତତ୍ତ୍ୱ ଓ ଜଗନ୍ନାଥ ମହାପ୍ରଭୁ ଏକ ଏବଂ ଅଭିନ୍ନ ବୋଲି ମତ ରଖିଥିଲେ।

ମୁଖ୍ୟ ଅତିଥି ଭାବରେ ସେଂଚିରିଅନ ଉନିଭେର୍ସିଟି ର କୁଳାଧିପତି ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଯୋଗ ଶ୍ରୀ ଜଗନ୍ନାଥ ହିଁ ଦ୍ୱାପର ଯୁଗର ଶ୍ରୀ କୃଷ୍ଣ ତତ୍ତ୍ୱ ବୋଲି ଅବିହିତ କରିଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବରେ ନ୍ୟାୟମୂର୍ତ୍ତି ପ୍ରତିମା ପଣ୍ଡା, ବରିଷ୍ଠ ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡା, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ର ନିର୍ଦେଶକ ପ୍ର ବନମାଳୀ ସ୍ୱାଇଁ, ଶିକ୍ଷାମଣ୍ଡଳାଧିଶ ବିଜୟଲକ୍ଷ୍ମୀ ଦାଶ ମିଶ୍ର, ଫ୍ରି ଟ୍ଟୁ ସ୍ପିକ ର ମୁଖ୍ୟ ସମ୍ପାଦକ ଲଳିତେନ୍ଦୁ ଦାସ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ।ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ଟାଟା ମେନ ହସ୍ପିଟାଲର ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ଜଗନ୍ନାଥ ଆଚାର୍ଯ୍ୟ।ଅତିଥି ମାନଙ୍କ ଦ୍ୱାରା ଅନୁଷ୍ଠାନ ର ମୁଖପତ୍ର ଆଶ୍ରିତ ଏବଂ ସ୍ତମ୍ଭକାର ହରିଶଙ୍କର ମିଶ୍ର ଙ୍କ ଲେଖିତ ମୋ ଦୃଷ୍ଟି ମୋ ସୃଷ୍ଟି ଉନ୍ମୋଚିତ ହୋଇଥିଲା। ଶତାଧିକ ଛାତ୍ର ଛାତ୍ରୀଙ୍କୁ ପଠନ ସାମଗ୍ରୀ ଓ କିଛି ପରିବାରକୁ ବସ୍ତ୍ର ବିତରଣ କରଯାଇଥିଲା। ଉତ୍ସବ ପାଳନ ଅବକାଶରେ ଚଳିତ ବର୍ଷ ଶ୍ରୀ ରାଧାରମଣ ସ୍ମୃତି ସମ୍ମାନ ନ୍ୟାୟମୂର୍ତ୍ତି ପ୍ରତିମା ପଣ୍ଡା ,ଆଶ୍ରିତ ସମ୍ମାନ ଜାନକୀଶ ବଡ଼ପଣ୍ଡା ଓ ହରି ପୁରୁଷ ସମ୍ମାନ ବ୍ୟାଙ୍କ ଅଧିକାରୀ କୈଳାଶ ଚନ୍ଦ୍ର ସାହୁ ଓ ସମାଜସେବୀ ମନୋରଞ୍ଜନ ଦାଶ, ବରିଷ୍ଠ ଅଧିବକ୍ତା ସୂର୍ଯ୍ୟ ନାରାୟଣ ରଥ ଙ୍କୁ ପ୍ରଦାନ କରାଯାଇଥିଲା।
