ଫ୍ରେଣ୍ଡ୍ସ କ୍ଲବ ଆନୁକୁଲ୍ଯ ରେ ଆୟୋଜିତ ରାଜ୍ଯସ୍ତରୀୟ ସତ୍ଯସ୍ୱରୁପ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଫ୍ରେଣ୍ଡ୍ସ କ୍ଲବ ଆନୁକୁଲ୍ଯ ରେ ଆୟୋଜିତ ରାଜ୍ଯସ୍ତରୀୟ ସତ୍ଯସ୍ୱରୁପ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଆଜି ଦୁଇଗୋଟି ମ୍ଯାଚ୍ ଅନୁଷ୍ଠିତ ହୋଇଥିଲା | ଉଦଳା ନାଗପାଳ ସ୍ଥିତ ରାବଣପୋଡି ପଡିଆ ରେ ଅନୁଷ୍ଠିତ ପ୍ରଥମ ମ୍ଯାଚ୍ ରାଉରକେଲା ର ଆରୱାଇସିସି ଦଳ ଏବଂ ଭୁବନେଶ୍ୱର ର ବରମୁଣ୍ଡା ଦଳ ମଧ୍ଯରେ ଅନୁଷ୍ଠିତ ହୋଇଥିଲା | ଟସ୍ ଜିଣି ରାଉରକେଲା ପ୍ରଥମେ ବ୍ଯାଟିଂ କରି ଚିନ୍ମୟ ମିଶ୍ର ଙ୍କ ୯୦ ରନ୍ ଏବଂ ଅଙ୍କିତ ସିଂ ଙ୍କ ୬୪ ରନ୍ ବଳରେ ୨୦ ଓଭର ରେ ୭ ୱିକେଟ ହରାଇ ୨୩୩ ରନ୍ କରିଥିଲା | ରାନା ଡି ମାକ୍ସ୍ ୫ ଟି ୱିକେଟ ନେଇଥିଲେ | ଜବାବ ରେ ବରମୁଣ୍ଡା ଦଳ ୧୯.୪ ଓଭର ରେ ୧୨୯ ରନ୍ ରେ ଅଲଆଉଟ ହୋଇଯାଇଥିଲା | କିଶୋର ଛତ୍ରୀ ୪ ଟି ୱିକେଟ ନେଇଥିବା ବେଳେ ଚିନ୍ମୟ ମ୍ଯାଚ୍ ର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ | ଦ୍ୱିତୀୟ ମ୍ଯାଚ୍ କଟକ ରାଇଜିଂ ଷ୍ଟୁଡେଣ୍ଟ୍ସ ଏବଂ ରାଞ୍ଚି ର ୟୁସିସି ଦଳ ମଧ୍ଯରେ ଅନୁଷ୍ଠିତ ହୋଇଥିଲା | ଟସ୍ ଜିଣି ରାଇଜିଂ ଷ୍ଟୁୁଡେଣ୍ଟ୍ସ ୧୯.୪ ଓଭର ରେ ୧୭୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା | ଆଦିତ୍ଯ ରାଉତ ଙ୍କ ୬୮ ଏବଂ ଚନ୍ଦନ ସାହୁ ଙ୍କ ୫୦ ରନ୍ କରିଥିଲେ | ଜବାବ ରେ ୟୁସିସି ଦଳ ୧୭.୪ ଓଭର ରେ ସମସ୍ତ ୱିକେଟ ହରାଇ ୧୪୨ ରନ୍ କରିଥିଲା | ରାଇଜିଂ ଷ୍ଟୁଡେଣ୍ଟ୍ସ ର ପ୍ରଜ୍ଜ୍ୱଳ ଲୋହା ୪ ଟି ୱିକେଟ ନେଇଥିବା ବେଳେ ଆଦିତ୍ଯ ମ୍ଯାଚ୍ ର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ | ଲଲାଟ କେଶରୀ ନନ୍ଦ ଏବଂ ଆଶୁତୋଷ ପାଣି ମ୍ଯାଚ୍ ପରିଚାଳନା କରିଥିବା ବେଳେ ବୁବୁ ସିହ୍ନା ଧାରା ବିବରଣୀ ପ୍ରଦାନ କରିଥିଲେ | ଆଜି ଉଭୟ ଦଳ ସେମି ରେ ପ୍ରବେଶ କରିଥିବା ବେଳେ ଆସନ୍ତା କାଲି ଦୁଇଟି ସେମିଫାଇନାଲ୍ ମ୍ଯାଚ୍ ଅନୁଷ୍ଠିତ ହେବ |

Leave a Reply

Your email address will not be published. Required fields are marked *