ଆଞ୍ଚଳିକ ସାମ୍ବାଦିକ ସଂଗଠନ କିଶନନଗର ର ବାର୍ଷିକ ଉତ୍ସବ ପାଳିତ.
କଟକ ସଦର, କିଶନନଗର ର ଅଗ୍ରଣୀ ଆଞ୍ଚଳିକ ସାମ୍ବାଦିକ ସଂଗଠନ ପକ୍ଷରୁ ଆଜି (ରବିବାର ଦିନ) ଦ୍ୱିତୀୟ ବାର୍ଷିକ ଉତ୍ସବ ଵୋଧପୁର ଲୋକନାଥ ଙ୍କ ମନ୍ଦିର ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ବସନ୍ତ ରଥ ଙ୍କ ସଭାପତିତ୍ବରେ ଏଵଂ ଶିକ୍ଷାବିତ ପ୍ରଦୀପ୍ତ କୁମାର ଆଚାର୍ଯ୍ୟ ଙ୍କ ସଂଯୋଜନା ରେ ଆୟୋଜିତ ସଭାରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା, କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, କଟକ ସଦର ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ,ସ୍ୱ।ମୀ ଅଦେଇତା ନନ୍ଦ ସରସ୍ଵତୀ , ଗ୍ଲୋବାଲ ଇଣ୍ଡିଆନ ମଡେଲ ସ୍କୁଲର ପରିଚାଳନା ନିର୍ଦ୍ଦେଶକ ଡ଼ଃ ଚୌଧୁରୀ ସତ୍ୟ ଦାସ,ଶିକ୍ଷାବିତ୍ ବିମଳ ପଣ୍ଡା,ଢେଙ୍କାନାଳ ଜିଲ୍ଲା ରୁ ଆସିଥିବା ସାମ୍ବାଦିକ ପ୍ରଦୀପ କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ର ଜାଗ୍ରତ ପ୍ରହରୀ ସାମ୍ବାଦିକ ମାନଙ୍କ ଗୁଣାଵଳୀ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କ ସହିତ ବିଭିନ୍ନ ଜିଲ୍ଲାରୁ ଯୋଗ ଦେଇଥିବା ସାମ୍ବାଦିକ ମଳୟ କୁମାର ପାଣି,ନୃସିଂହ ଚରଣ ବାରିକ ,ରଞ୍ଜିତା ପଣ୍ଡା,ଉମାକାନ୍ତ ଦାସ,ପ୍ରଫୁଲ କୁମାର ପଟନାୟକ,ସମାଜ ବିକାଶ ମିଶନ ର ସମ୍ପାଦକ ସରିତ ମହାପାତ୍ର ପ୍ରମୁଖ ବିଭିନ୍ନ କୋଣ ଅନୁକୋଣରେ ଆସିଥିବା ସମସ୍ତ ସାମ୍ବାଦିକ ଭାଇମାନଙ୍କୁ ସଂଗଠନ ପକ୍ଷରୁ ଉତ୍ତରୀୟ,ମାନପତ୍ର ଓ ପୁଷ୍ପଗୁଚ୍ଛ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା. କାର୍ଯ୍ୟକ୍ରମ ପରିଚାଳନାରେ ସୟଦ୍ ସାଜିଦ୍ ଅଲ୍ଲୀ, ସୂର୍ଯ୍ୟନାରାୟଣ ଦାଶ, ସରାଫତ୍ ଅଲ୍ଲୀ, ଦେବେନ୍ଦ୍ର ସେଠୀ,ସାରଦା ପ୍ରସନ୍ନ ,ରଶ୍ମିରଂଜନ ମହାପାତ୍ର ସଂଜିତ ଦାସ ପ୍ରମୁଖ ସାମ୍ବାଦିକ ମାନେ ସହାୟତା ପ୍ରଦାନ କରିଥିଲେ।
ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରୁ ମଳୟ କୁମାର ପାଣିଙ୍କ ରିପୋର୍ଟ
