ଶ୍ରୀଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ଆଭାସୀ ଆଲୋଚନା ଚକ୍ର ଉଦ୍ଘାଟିତ।

ଶ୍ରୀଜଗନ୍ନାଥ ଭକ୍ତ ସମାଜ ପୁରୀ ତରଫରୁ ଶ୍ରୀବଡ ଓଡ଼ିଆ ମଠ ପୁରୀ ଠାରେ “ଶ୍ରୀପୁରୁଷୋତ୍ତମ ମାହାତ୍ମ୍ୟ” ଶୀର୍ଷକ ଏକ ଆନ୍ତର୍ଜାତିୟ ଆଲୋଚନା ଚକ୍ର ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଶଂକର୍ଷଣ ମଂଗରାଜଙ୍କ ସଭାପତିତ୍ବରେ Google meet.hhtps://meet . Google.com/owj-vqot-frj ଲିଙ୍କ୍ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଶ୍ରୀମନ୍ଦିର ପୁରୋହିତ ତଥା ହିମାଚଳ ପ୍ରଦେଶ ପ୍ରାଗପୁରସ୍ଥ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠାତା ପ୍ରଧ୍ୟାପକ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଉଦ୍ଘାଟନ କରି ଦେଶ ବିଦେଶରେ ହିନ୍ଦୀ ଓ ଇଂରାଜୀ ଭାଷାରେ ମହାପ୍ରଭୁଙ୍କ ଦିବ୍ୟ କଥାମୃତ ପହଂଚିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ।

ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ସଦାଶିବ ପରିସରର ଦର୍ଶନ ବିଭାଗ ଅଧ୍ୟକ୍ଷା ପ୍ରଫେସର ଗୌର ପ୍ରିୟା ଦାଶ୍ ଯୋଗଦେଇ ରାଷ୍ଟ୍ର ହିନ୍ଦୀ ମାଧ୍ୟମରେ ସାପ୍ତାହିକ ଆଲୋଚନା ଚକ୍ର ହେବା ଉପରେ ଗୁରୁତ୍ବ ଦେବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ଜଗତର ନାଥ, ସେ ପରଂବ୍ରହ୍ମ ବୋଲି ମତବ୍ୟକ୍ତ କରିଥିଲେ। ମୁଖ୍ୟ ବକ୍ତା ଭାବେ ସୁବୋଧ ମିଶନ୍, କଟକର ପ୍ରତିଷ୍ଠାତା ସ୍ବାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ବତୀଙ୍କ ମହାରାଜା କହିଲେ, ମହାପ୍ରଭୁ ବିଶ୍ବର ଦେବତା ଜାତି ଧର୍ମ ବର୍ଣ୍ଣ ସମ୍ପ୍ରଦାୟର ଉପରେ। ତାଙ୍କର ମହିମା ଅପାର। ସେ ସମନ୍ବୟର ଦେବତା। ଉକ୍ତ ଆଲୋଚନାଚକ୍ରରେ ଡଃ.ବଳରାମ ଦାଶ, ଶୁଶ୍ରୀ ପୁଷ୍ପିତା ପଟ୍ଟନାୟକ, କାର୍ତ୍ତିକ ସାହୁ ଅଂଶଗ୍ରହଣ କରିବା ସହ ଦେଶ ବିଦେଶରୁ ଅନେକ ଜଗନ୍ନାଥ ପ୍ରେମୀ ଭକ୍ତ ଯୋଗ ଦାନ କରି , କଥାମୃତ ଶ୍ରବଣ କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ସପ୍ତାହରେ ହେବା ପାଇଁ ସ୍ଥିର କରାଯାଇଛି।

Leave a Reply

Your email address will not be published. Required fields are marked *