ସର୍ବ ଭାରତୀୟ ସହୀଦ ବୀର ବେନୁ କ୍ରିକେଟ ଉଦଯାପିତ
ସର୍ବ ଭାରତୀୟ ସହୀଦ ବୀର ବେନୁ କ୍ରିକେଟ ଉଦଯାପିତ। ଖେଳାଳୀଙ୍କୁ ଗୁରୁମନ୍ତ୍ର ଦେଲେ ଅନ୍ତର୍ଜାତୀୟ ଖେଳାଳୀ ଦେବାଶିଷ ମହାନ୍ତି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମିନି ଷ୍ଟାଡିୟମ ଠାରେ ଉର୍ଜା ଟ୍ରଷ୍ଟ ଏବଂ ପରଜଙ୍ଗ କ୍ରିକେଟ କ୍ଲବ ଆନୁକୂଲ୍ୟରେ ସର୍ବଭାରତୀୟ ସହୀଦ ବୀରବେନୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଉଦଯାପନୀ ଫାଇନାଲ ମ୍ୟାଚରେ RSA ରାଉରକେଲାକୁ ୧୨ ରନରେ ପରାସ୍ତ କରି ଚାମ୍ପିୟାନ ହୋଇଛି କଟକ ନିମପୁର କ୍ରିକେଟ ଟିମ।ନିମପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୩୧ ରନ କରିଥିଲା। ଜବାବରେ ରାଉରକେଲା ଟିମ ୧୯ ଓଭର ଏବଂ ୪ଟି ବଲରେ ସମସ୍ତ ଉଇକେଟ ହରାଇ ୧୧୯ ରନ କରି ପରାସ୍ତ ହୋଇଥିଲା। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବହୁ ପ୍ରତିଭାବାନ ଖେଳାଳୀଙ୍କୁ ଦେଖିବାକୁ ମିଳିଥିଲା। ତେବେ ମୁଖ୍ୟ ଅତିଥି ଭାବେ ପୂର୍ବତନ ରଣଜୀ ଖେଳାଳୀ ତଥା ବିସିସିଆଇ (BCCI ) ସଦସ୍ୟ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଭାରତର ପୂର୍ବତନ କ୍ରିକେଟ ଖେଳାଳୀ ଦେବାଶିଷ ମହାନ୍ତି ଯୋଗଦାନ କରିଥିଲେ। ଦେବଶିଷ ମହାନ୍ତି ଖେଳାଳୀ ମାନଙ୍କୁ ଉତ୍ସାହ ପ୍ରଦାନ କରିବା ସହ କ୍ରିକେଟର ଭବିଷ୍ୟତକୁ ନେଇ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି,ପୂର୍ବତନ ରଣଜୀ ଟିମ ଅଧିନାୟକ ହଳଧର ଦାସ ଯୋଗଦାନ କରିଥିଲେ।
