ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ

– ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ‘ସଂକଳ୍ପ’ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରିଣୀ ବିନୀତା ସେନାପତି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି ମୁଖ୍ୟଅତିଥି ରୂପେ ଯୋଗ ଦେଇ ବିଦ୍ୟାଳୟ ରେ ଥିବା ସମସ୍ତ ଶୈକ୍ଷିକ ସୁବିଧା କୁ ଉପଯୋଗ କରି ଜିଲ୍ଲା ରେ ବିଦ୍ୟାଳୟ ଟି ଶ୍ରେଷ୍ଟ ବିଦ୍ୟାଳୟ ର ମାନ୍ୟତା ପାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପଲଟିଛି ବୋଲି ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଅତିଥି ରୂପେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ନେନା ଓ ଜିଲ୍ଲା ଭାଜପା ସଭାପତି ରାସ ବିହାରୀ ବେହେରା ଯୋଗଦେଇ ବିଦ୍ୟାଳୟ ର ଶୈକ୍ଷିକ ପରିବେଶ କୁ ପ୍ରସଂସା କରି ବିଦ୍ୟାଳୟ କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ଯେପରିକି ଏହା ରାଜ୍ୟରେ ଏକ ନମ୍ବର ବିଦ୍ୟାଳୟ ରୂପେ ପରିଗଣିତ ହୋଇପାରିବ ବୋଲି ପ୍ରକାଶ କରିଥିଲେ । କାମାକ୍ଷାନଗର ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର ଶ୍ରୀରାମ ରାଉତ ବିଦ୍ୟାଳୟ ର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଏଇ ଅବସରରେ ବିଦ୍ୟାଳୟର ବାର୍ଷିକ ପତ୍ରିକା ଗୁରୁକୁଳ ମୁଖ୍ୟଅତିଥି ଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା l ଶିକ୍ଷକ ନିରଞ୍ଜନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷକ ସୁରେଶ କୁମାର ବିଶାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥଲେ ।

Leave a Reply

Your email address will not be published. Required fields are marked *