ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ର ଚକ୍ଷୁ ଚିକିତ୍ସା ଶିବିର
ଧରାକୋଟ,ତା ୧୭/୦୨/୨୦୨୫ ଧରାକୋଟ ବ୍ଲକର ମାଣିକପୁର ପଂଚାୟତ ର ଲେଙ୍ଗମା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ର ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି ।ଏହି ଶିବିର କୁ ଧରାକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲିଙ୍ଗରାଜ ସ୍ୱାଇଁ ପ୍ରଦୀପ ପ୍ରଜ୍ବଳନ ଉଦ୍ଘାଟନ କରିଥିବା ବେଳେ । ଏ ବି ଇ ଓ ବିଭୂତି ଭୂଷଣ ପାତ୍ର ଓ ସିମଞ୍ଚଳ ବେହେରା ଅତିଥି ଭାବରେ ଉପସ୍ଥିତ ଥିଲେ। ବି ଆର ଟି ସୀତାକାନ୍ତ ପଣ୍ଡା ଙ୍କ ପରିଚାଳନାରେ ଆୟୋଜିତ ଉକ୍ତ ଶିବିର ରେ ସାବା ଓ ବଳରାମପୁର କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ରୁ ୧୫୦ ରୁ ଉର୍ଦ୍ଧ୍ବ ପିଲା ଯୋଗଦେଇ ଡାକ୍ତର ନିକଟରେ ସେମାନଙ୍କର ଆଖି ପରୀକ୍ଷା କରାଇ ଥିଲେ । ସେହିପରି ଚଳିତ ମାସ ଗତ ୧୦ ତାରିଖରେ ଢଉଗାଁ ହାଇସ୍କୁଲ ରେ,୧୧ ତାରିଖ ରେ ରେ ଶ୍ରୀ ରାଜ ଉଚ୍ଚବିଦ୍ୟାଳୟ ରେ ୧୨ ତାରିଖ ରେ କଳାସୂତା ହାଇସ୍କୁଲ ରେ ୧୩ ତାରିଖରେ ଜାହାଡା ହାଇସ୍କୁଲ ରେ ୧୪ ତାରିଖରେ ରୁଗୁମୁ ବିଦ୍ୟାଳୟ ରେ ଏବଂ ୧୫ତାରିଖରେ ବୀଣା ଛଟେଇ ଉଚ୍ଚବିଦ୍ୟାଳୟ ମାଣିକପୁର ଏହି ଶିବିର ଅନୁଷ୍ଠିତ ହୋଇଯାଇଛି।ପ୍ରତି ଶିବିରରେ ୧୫୦ ରୁ ଉର୍ଦ୍ଧ୍ବ ପିଲା ଆଖି ଦେଖାଇବା ସହ ସେଥି ମଧ୍ୟରୁ ପାଖାପାଖି ୨୫୦ ପିଲା ଙ୍କୁ ଚଷମା ମିଳିବା ଓ ପାଖାପାଖି ୫୦ ରୁ ଉର୍ଦ୍ଧ୍ବ ପିଲା ଙ୍କୁ ଏମ କେ ସି ଜି ବ୍ରହ୍ମପୁର ପଠା ଯିବା ପାଇଁ ସ୍ଥିର କର ଯାଇଛି। ଏହି ଶିବିରରେ ସି ଆର ସି ସି ଗୌରୀ ଶଙ୍କର ଶତପଥୀ ଓ ସନ୍ୟାସୀ ବିଶୋଇ ସହଯୋଗ ପ୍ରଦାନ କରିଥିଲେ।
