ନାତିଆର କାଠ ଫାଳିଆ ମାଡ଼ରେ ଜେଜେ ମାଆ ମୃତ ମାଆ ଗୁରୁତର

ନାତିଆର କାଠ ଫାଳିଆ ମାଡ଼ରେ ଜେଜେ ମାଆ ମୃତ ମାଆ ଗୁରୁତର।ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅଧୀନରେ ଥିବା କଙ୍କଡ଼ାହାଡ଼ ବାଲିସାହି ରେ ନାତିଆର କାଠ ଫାଳିଆ ମାଡ଼ରେ ଜେଜେ ମାଆ ମୃତ ମାଆ ଗୁରୁର। ସୂଚନା ମୁତାବକ ଲିକୁ ସିଂହ ଦିନ ବାର ଘଟିକା ସମୟରେ ମାଦକ ଦ୍ରବ୍ୟ ସେବନ କରି ଘରକୁ ଆସି ପ୍ରଥମେ ନିଜ ଜେଜେ ମାଆ ଶ୍ରୀମତି ବେୱା ଉପରେ କାଠ ଫାଳିଆରେ ମାଡ ମାରିବା ସହିତ ବେକ ଉପରେ ଚଢ଼ି ଯାଇଥିବା ସୂଚନା ରହି ଥିବା ବେଳେ ସେଠାରେ ସେ ମୃତ ବରଣ କରି ଥିଲେ। ପରବର୍ତ୍ତୀ ସମୟରେ ଲିକୁ ସିଂହ ନିଜ ଜନ୍ମିତ ମାଆକୁ ମଧ୍ୟ ଛାଡି ନ ଥିଲେ। ତାଙ୍କୁ ମଧ୍ୟ ଠେଙ୍ଗାରେ ପ୍ରହାର କରି ଥିଲେ ଅଣ୍ଟା କୁ ଦେଖି। ଯାହା ଫଳରେ ତାଙ୍କ ମାଆ ଚମ୍ପା ସିଂହ ଗୁରୁତର ହୋଇ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନନ୍ତରିତ କରା ଯାଇଛି।

Leave a Reply

Your email address will not be published. Required fields are marked *