ଜିଲ୍ଲା ଖାଉଟି ଅଦାଲତର ଗୁରୁତ୍ୱପୂର୍ଣ୍ଣ ରାୟ
ଦିବ୍ୟାଙ୍ଗ ଶିଶୁ ପରିବାର କୁ ମିଳିଲା କ୍ଷତିପୂରଣ- ରାହମା ଅଞ୍ଚଳର ଏକ ନର୍ସିଂହୋମ ର ଚକିତ୍ସକ ଗର୍ଭସ୍ଥ ଶିଶୁର ଆଲଟ୍ରା ସାଉଣ୍ଡ ରିପୋର୍ଟ ସଠିକ ନ ଦେବା ଫଳରେ ଜନୈକ ଦମ୍ପତିଙ୍କର ଦିବ୍ୟାଙ୍ଗ ଶିଶୁ ଜନ୍ମ ନେଇଥିଲା । ଏହାକୁ ନେଇ ଦମ୍ପତି ରାଜ୍ୟ ଖାଉଟି କଲ୍ୟାଣ ବୋର୍ଡ ସଭାପତି ସ୍ନେହମୟୀ ଆଚାର୍ଯ୍ୟଙ୍କ ସହିତ ଯୋଗାଯୋଗ କରିବା ସହିତ ଜିଲ୍ଲା ଖାଉଟି ଅଦାଲତର ଆଶ୍ରୟ ନେଇ ଥିଲେ । ଖାଉଟି ଅଦାଲତର ଖଣ୍ଡପୀଠ ଏହି ମାମଲାର ବିଚାର କରି ସମ୍ପୃକ୍ତ ନର୍ସିଂହୋମ କତ୍ତୃପକ୍ଷଙ୍କୁ 10 ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ନିର୍ଦେଶ ଦେବା ସହ ମାନସିକ ନିର୍ଯ୍ୟାତନା ପାଇଁ 50 ହଜାର ଟଙ୍କା ଓ ମାମଲା ପରିଚାଳନା ବାବଦକୁ 4 ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାର ପ୍ରତିବାଦ ରେ ସମ୍ପୂର୍ଣ୍ଣ ଡାକ୍ତର ଉପର କୋର୍ଟ ଯିବା ସହିତ ପନଃ ବିଚାର କରିବାକୁ ନିବେଦନ କରିଥିଲେ । ଜାହାକୁ ଆଜି ମାନ୍ୟବର ଖାଉଟି ଅଦାଲତ କୋର୍ଟ ଏହାକୁ ଆଗ୍ରହ କରିବା ସହିତ 10 ଲକ୍ଷ ଟଙ୍କା କ୍ଷତିପୂରଣ ସହିତ 1 ଲକ୍ଷ 70 ହଜାର ଟଙ୍କା ସୁଧ ଟଂକା ମିଶାଇ ମୋଟ 11 ଲକ୍ଷ 70 ହଜାର ଟଙ୍କା ଦିବ୍ୟାଙ୍ଗ ପରିବାର ଙ୍କୁ ପଦାନ କରିବା ପାଇଁ ଜିଲ୍ଲା ଖାଉଟି ଅଦାଲତ ଆଜି ଏହି ଗୁରୁତ୍ୱ ପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ଯାହାକୁ ନେଇ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।
ଜଗତସିଂହପୁରରୁ ରୀତା ସାହୁ
