ବିଶ୍ଵଶାନ୍ତି ମହାଯଜ୍ଞ ଅବସରରେ ନାରାୟଣ ସେବା

ନୟାହାଟ,୧୯.୦୨(ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନୟାହାଟ ନିକଟସ୍ଥ ଆଳୁଦଣ୍ଡାପାଟଣା ଗ୍ରାମରେ ୫ଦିନିଆ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି। ଏହି ଅବସରରେ ବୁଧବାର ଗ୍ରାମବାସୀଙ୍କ ଓ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ନାରାୟଣ ସେବା ଅନୁଷ୍ଠିତ ହୋଇଯାଇଛି।ପଣ୍ଡିତ ଅମୂଲ୍ୟ କୁମାର ମିଶ୍ର ଓ ସାଥିଙ୍କ ଦ୍ଵାରା ପରିଚାଳିତ ହେଉଥିବା ଏହି ମହାଯଜ୍ଞ ଉତ୍ସବରେ କର୍ତ୍ତା ଭାବେ ନବଘନ ବେହେରା ଓ କର୍ତ୍ତି ଭାବେ ମଞ୍ଜୁଲତା ବେହେରା କାର୍ଯ୍ୟ ସମ୍ପାଦନ କରିଛନ୍ତି। ଯୁବ ସମାଜସେବୀ ଭାଗିରିଥି ବେହେରା ଓ ଧର୍ମ ପତ୍ନୀ ମାନସୀ ବେହେରାଙ୍କ ସହଯୋଗରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ମହିଳା, କିନ୍ନର, ବୃଦ୍ଧ ବୃଦ୍ଧା ଓ କୁନି ପିଲାମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ ସହ ବସ୍ତ୍ର ଓ ଦକ୍ଷିଣା ପ୍ରଦାନ କରାଯାଇ ନାରାୟଣ ସେବା କରଯାଇଥିଲା।

କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳByte

Leave a Reply

Your email address will not be published. Required fields are marked *