ହରିନାମ ସଂକୀର୍ତ୍ତନରେ କମ୍ପିଲା ଆଖୁରିଆ
ପୁରୀ ଜିଲ୍ଲା କାକଟପୁର ବ୍ଲକ ଇସାନପୂର୍ ପଞ୍ଚାୟତ ଆଖୁରିଆ ଗ୍ରାମରେ ନିଆରା ଢଙ୍ଗରେ ଭବ୍ୟ ପରିବେଶରେ ଗ୍ରାମବାସୀଙ୍କ ଦ୍ବାରା ହରିନାମ ସଂକୀର୍ତ୍ତନ ଓ ସାମୁହିକ ହରିହାଟ ଭାଗବତ ପାଠ ମହୋତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଗ୍ରାମର ୬୪ ଜଣ ବ୍ୟକ୍ତି ବିଶେଷ ଓ ମହିଳାଙ୍କ ଦ୍ବାରା ସାମୁହିକ ଭାବେ ଭାଗବତ ପାଠ କରିବା ସହ ହରିନାମ ସଙ୍କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ ପାଲଟିଥିଲା ଗାଁ। ଗ୍ରାମର ଛୁଆ ଠୁ ବୁଢ଼ା ଓ ସମସ୍ତ ଝିଅ ବୋହୂ ମହିଳା ମାନେ ମିଶି ହରି ନାମ ରସାମୃତ ପାନ କରିଥିଲେ। ଗ୍ରାମବାସୀଙ୍କ ତରଫରୁ ଗ୍ରାମରେ ଦୀର୍ଘ ୨୭ବର୍ଷ ହେବ ଅଷ୍ଟମ ପ୍ରହର ନାମଯଜ୍ଞ ଆୟୋଜନ ହେଉଥିବା ବେଳେ ୧୨ବର୍ଷ ଧରି ସାମୁହିକ ଭାଗବତ ପାଠ ତଥା ହରିହାଟ ମହା ଆଡ଼ମ୍ବରରେ ପାଳିତ ହେଉଛି। ଯାହା ସାରା ସମାଜକୁ ଆଧ୍ୟାତ୍ମିକ ବାର୍ତ୍ତା ଯୋଗାଇଛି। ହରିହାଟ କରିବା ବେଳେ ଗ୍ରାମର ୬୪ ଜଣ ଭାଗବତ ପାଠ କରିଥିଲେ। ଭାଗବତ ପାଠ କରିବା ବେଳେ ହରିବୋଲ ହୁଳହୁଳି ଓ ଆଧ୍ୟାତ୍ମିକ ନୃତ୍ୟରେ କମ୍ପିଥିଲା ଗାଁ ଦାଣ୍ଡ। ଆଖୁରିଆ ଗ୍ରାମରେ ନିଆରା ଢଙ୍ଗରେ ହରିହାଟ ଓ ଭାଗବତ ପାଠ କରି ଓଡିଶା ବାସିଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଭାଗବତ ପ୍ରତି ଘରେ ବା ଗାଁରେ ପାଠ କରିବା ସହିତ କଳି ଯୁଗରୁ ବର୍ତ୍ତିବାକୁ ହେଲେ ହରି ନାମ ପାନ କରିବାକୁ ପଡ଼ିବ ବୋଲି ବରିଷ୍ଠ ନାଗରିକ ମାନେ ମତପ୍ରକାଶ କରିଛନ୍ତି। ଏହି ଉତ୍ସବରେ ନିକଟ ଅଞ୍ଚଳର ପ୍ରାୟ ୯ଟି ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗଦେଇ ହରି ନାମ ରସ ପାନ କରିଥିଲେ। କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ
