ପରଲୋକରେ ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକ

ପରଲୋକରେ ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକ,ଶେଷକୃତ୍ୟ ସଂପନ୍ନ।ଫୁଲବାଣୀ:ନୀପ୍ର:- ୧୯/୦୨ କନ୍ଧମାଳ ଲୋକସଭା ଆସନ ପୂର୍ବତନ ସାଂସଦ ମୃତ୍ୟୁଞ୍ଜୟ ନାୟକଙ୍କର ବିୟୋଗ ହୋଇଯାଇଛି। ମଙ୍ଗଳବାର ସନ୍ଧ୍ଯା ୬.୩୦ ମିନିଟ ସମୟରେ ଭୁବନେଶ୍ବର ସ୍ଥିତ ଏମସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ମୃତ୍ଯୁ ବେଳକୁ ତାଙ୍କୁ ୭୪ବର୍ଷ ହୋଇଥିଲା । ସେ ଫୁଲବାଣୀରେ ବେଳେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଓ ପରେ ଭୁବେନଶ୍ବରସ୍ଥିତ ଏମସ ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ସୂଚନଯୋଗ୍ୟ ଯେ, ସ୍ଵର୍ଗତ ମୃତ୍ୟୁଞ୍ଜୟ ନାୟକ କଂଗ୍ରେସ ଦଳରୁ ସେ ୧୯୮୦,୧୯୯୧,୧୯୯୬ ମିସିହା ରେ ତିନିଥର ସାଂସଦ ହୋଇଥିଲେ। ସେ ଏସ.ସି କମିଶନ ସଦସ୍ୟ ରହି ବେଶ୍ ଦକ୍ଷତାର ସହ କାର୍ଯ୍ୟ କରି ପ୍ରଶଂସା ସାଉଁଟିଥିଲେ। କନ୍ଧମାଳ ଜିଲ୍ଲାର ଜଣେ ଟାଣୁଆ ଛାମୁଆ ନେତା ଭାବେ ବେଶ୍ ପରିଚିତ ଥିଲେ।ମୃତ୍ୟୁଞ୍ଜୟ ନାୟକ ସାଂସଦ ଥିବା ବେଳେ ପାର୍ଲିଆମେଣ୍ଟ ଟାଇଗର ଆଖ୍ୟା ପାଇଥିଲେ। ସାଂସଦ ନାୟକଙ୍କ ସମୟରେ କନ୍ଧମାଳ ଜିଲ୍ଲାର ବହୁତ ଉନ୍ନୟନ କାର୍ଯ୍ୟ ହୋଇଥିଲା। କନ୍ଧମାଳ ଜିଲ୍ଲା ଏବଂ ଜାତୀୟ କଂଗ୍ରେସ ଦଳ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ବୁଧବାର ଦିନ ଶତାଧିକ କଂଗ୍ରେସ କର୍ମ ସ୍ବର୍ଗତ ନାୟକ ମୃତ ଶରୀରକୁ ଧରି ତାଙ୍କ ବାସ ଭବନ ରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ରାମ୍ ନାମ୍ ସତ୍ୟ ହେନାରା ଦେଇ ମାଁ ନାରାୟଣୀ ସ୍ମଶାନ କୁ ନେ଼ଇ ଶେଷକୃତ୍ୟ ସଂପନ୍ନ କରିଛନ୍ତି।ପୂର୍ବତନ ସାଂସଦ ସ୍ବର୍ଗତ ନାୟକ ଙ୍କ ବିୟୋଗ ରେ ବରିଷ୍ଠ ସାମ୍ବାଦିକ ଡ ଅରୂପ ଜେନା,ବିଜୟ ମହାନ୍ତି,ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ,ସାମ୍ବାଦିକ ସୁବାସ ପ୍ରଧାନ,ଜୟ ସେନ ପରିଡ଼ା,ସନ୍ତୋଷ ଦିଗାଲ,ବୈଦ୍ୟନାଥ ନାୟକ,ବଳଦେବ ବେହେରା, ଗୌରଚରଣ ବେହେରା,ସୁଜିତ ବେହେରା,ବୈଦ୍ୟନାଥ ବେହେରା,ରାଧା ମୋହନ ମହାପାତ୍ର, ନାରାୟଣ ସାହୁ,ବରିଷ୍ଠ ସାମ୍ବାଦିକ ମହମ୍ମଦ ନାଜିର ଆକ୍ ତାର , ଦିଲୀପ ନାୟକ,ଗଙ୍ଗା କହଁର, ପ୍ରସନ୍ନ ସ୍ବାଇଁ,ପୂର୍ବତନ ସାଂସଦ ରାଧାକାନ୍ତ ଦିଗଲ,ପୂର୍ବତନ ବିଧାୟକ ଅଭମନ୍ୟୁ ବେହେରା, ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡ଼ା, ଶିବଶଙ୍କର ବେହେରା,ବରିଷ୍ଠ କଂଗ୍ରେସ ନେତା ହେମନ୍ତ କର, ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ,ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ସନ୍ତୋଷ କୁମାର ପାତ୍ର,ବଂଶୀଧର ସ୍ବାଇଁ,ପୂର୍ବତନ ଜିଲ୍ଲା କଂଗ୍ରେସ୍ ସଭାପତି ଅନାମ ନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *