ସର୍ଟ ସର୍କିତରେ ଜଳିଗଲା ୨ ବଖରା ଘର
ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ସର୍ଟସର୍କିଟ ରେ ୨ ବଖରା ଘର ଜଳିଗଲା l ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିବାରୁ ପାଖ ଘର ଗୁଡିକ ନିଆଁ ରୁ ରକ୍ଷା ପାଇଯାଇଥିଲା l ଏହି ଅଗ୍ନିକାଣ୍ଡରେ ଗ୍ରାମର ମାୟାଧର ସେଠି ଙ୍କ ର ୨ ବଖରା ସହିତ ଘରେ ଥିବା ଆସବାବ ପତ୍ର ପୋଡି ପାଉଁଶ ହୋଇଯାଇଛି l ତହସିଲ ପକ୍ଷରୁ ବିପର୍ଣ୍ଣଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗେଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି l
