ଦରଦାମ୍ ବୃଦ୍ଧି ପାଇଁ ବିଜୁଜନତା ଦଳ ମହିଳା ମୋର୍ଚ୍ଚାର ବିକ୍ଷୋଭ
ଆଜି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ବିଜୁ ଜନତାଦଳ ମହିଳା ମୋର୍ଚ୍ଚା ତରଫରୁ ଏକ ବିରାଟ ଶୋଭା ଯାତ୍ରା ବାହାରି ଧାମନଗର ବ୍ଲକ ବଜାର ଠାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ଜନହିତକର କାର୍ଯ୍ୟଟି ବିଜୁ ଜନତାଦଳର ଟାଣୁଆ ନେତ୍ରୀ ତନୁଶ୍ରୀ ବେହୁରୀଆ ଓ ଧାମନଗର ଏନ୍.ଏ.ସି ର ଟାଣୁଆ ନେତ୍ରୀ ନିବେଦିତା ଯେନା ଙ୍କ ନେତୃତ୍ବରେ ଶହ,ଶହ ମହିଳା ମାନେ ଏକତ୍ରିତ ହୋଇ ଦରଦାମ୍ ର ଅହେତୁକ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଙ୍କୁ ଟାର୍ଗେଟ କରିଥିଲେ।ଖାଇବା ତେଲ,ଡିଜେଲ, ପେଟ୍ରୋଲ,ରନ୍ଧନଗ୍ୟାସ,ଆଳୁ, ପିଆଜ ଇତ୍ୟାଦି ର ଆକାଶ ଛୁଆଁ ଦର ବୃଦ୍ଧି ଯୋଗୁଁ ସାଧାରଣ ଜନତା ନାହିଁ ନଥିବା କଷ୍ଟ ଭୋଗୁଥିବା ହେତୁ ବିଜୁ ଜନତାଦଳ ମହିଳା ମୋର୍ଚ୍ଚା ଆଜି କେନ୍ଦ୍ର ସରକାର ଙ୍କୁ କଠୋର ଚେତାବନୀ ଦେଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି।ଯଦି ଆଗାମି ଦିନରେ ଦରଦାମ୍ ନିୟନ୍ତ୍ରଣ କରା ନଥାଏ, ତାହେଲେ ବିଜୁ ଜନତାଦଳ ମହିଳା ମୋର୍ଚ୍ଚା ସାରା ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ସଭାନେତ୍ରୀ ତନୁଶ୍ରୀ ବେହୁରୀଆ ଓ ନିବେଦିତା ଯେନା ଖୋଲା ଖୋଲି ଚେତାବନୀ ଦେବା ସହିତ କେନ୍ଦ୍ର ସରକାର ଙ୍କର ଖାଉଟି ମାରଣ ନିତି ପାଇଁ ସରକାରଙ୍କୁ ତିବ୍ର ନିନ୍ଦା କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
