ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଆରମ୍ଭ, ଛାତ୍ରଛାତ୍ରୀ ଉତ୍ସାହିତ।

ଚଳିତ ବର୍ଷ ଦଶମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଏନେଇ ଛାତ୍ରଛାତ୍ରୀ ମାନଙ୍କ ସହିତ ଅଭିଭାବକ ମହଲରେ ମଧ୍ଯ ଉତ୍ସାହ ପରିଲକ୍ଷିତ ହୋଇଛି। କଡ଼ା ସୁରକ୍ଷାରେ ପରୀକ୍ଷା କେନ୍ଦ୍ରରେ ସୂ ବନ୍ଦୋବସ୍ତ କରାଯାଇଛି। ସୁରକ୍ଷା ଭାବେ ପ୍ରଶ୍ନପତ୍ର ଆସିବା, ଶୃଙ୍ଖଳିତ ପରୀକ୍ଷା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଓ ପୋଲିସ୍ ମୁତୟନ କରାଯାଇଛି। ପ୍ରଥମ ଦିନରେ ମାତୃଭାଷା ସାହିତ୍ୟ ପରୀକ୍ଷା ହୋଇଥିଲା। ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଭଲ କରି ଖୁସି ଜାହିର କରିଛନ୍ତି। ଏନେଇ କଠିନ ପରିଶ୍ରମ ସହ ଶିକ୍ଷକ ଓ ଅଭିଭାବକ ମାନଙ୍କ ସହଯୋଗରେ ପ୍ରସ୍ତୁତି କହିଛନ୍ତି। ଆଗାମୀ ପରୀକ୍ଷାରେ ଆହୁରି ଭଲ କରି ଭବିଷ୍ୟତରେ ସଫଳତା ଅର୍ଜନ କରିବା ବନେଇ ଆଶାବାଦୀ ଅଛନ୍ତି ପରୀକ୍ଷାର୍ଥୀ।

କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ୍

Leave a Reply

Your email address will not be published. Required fields are marked *