ଭଞ୍ଜନଗର ବ୍ଲକ ରେ କାଉ ମଡ଼କ
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗାଲେରି ଗାଁ ରେ କାଉ ମଡ଼କ। କାଉ ମୃତ୍ୟୁର କରଣ ଅସ୍ପଷ୍ଟ। ପାଞ୍ଚ ଦିନ ହେଲା ଗାଲେରି ଗାଁ ଅଂଚଳରେ କାଉର ମୃତ ଦେହ ଠାବ ହେଉଛି। ଗାଁ ଲୋକେ କାଉର ମୃତଦେହ କୁ ଉଦ୍ଧାର କରି ଦୂର ସ୍ଥାନରେ ନେଇ ଫୋପାଡ଼ି ଆସୁଛନ୍ତି। ଘର ବାରି ବାରଣ୍ଡାରେ କାଉ ମାନେ ଆସି ଅଚାନକ ଭାବେ ବସି ରହୁଛନ୍ତି ପରେ ଘୁମୁରିବା ଅବସ୍ଥାରେ ରହି ମୃତ୍ୟୁ ବରଣ କରୁଛନ୍ତି। ଗାଲେରି ଅଂଚଳରେ ୫୦ ରୁ ଉର୍ଦ୍ଧ କାଉ ମରିଥିବା ବେଳେ ଏହାର କାରଣ ଜାଣି ପାରୁନି ପ୍ରାଣୀ ସମ୍ପଦ ବିଭାଗ।ପ୍ରାଣୀ ବିଭାଗର ଏକ ଟିମ ଗାଲେରି ଗାଁ ରେ ପହଞ୍ଚି କାଉ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି। ନମୁନା ରିପୋର୍ଟ ଆସିବା ପରେ କାଉ ମୃତ୍ୟୁର କାରଣ ଜଣାପଡିବ। ଅନ୍ୟପଟେ କାଉର ଅଚାନକ ମୃତ୍ୟୁ ହେଉଥିବାରୁ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
