ଆସନ୍ତା କାଲି ବାବା ଲୋକନାଥ ପ୍ରଭୁଙ୍କର ପଙ୍କଉଦ୍ଧାର ଏକାଦଶୀ ନୀତି ପୁରୀ ଲୋକନାଥ ମନ୍ଦିରରେ ଅନୁଷ୍ଠିତ ହେବ
ଆସନ୍ତା କାଲି ବାବା ଲୋକନାଥ ପ୍ରଭୁଙ୍କର ପଙ୍କଉଦ୍ଧାର ଏକାଦଶୀ ନୀତି ପୁରୀ ଲୋକନାଥ ମନ୍ଦିରରେ ଅନୁଷ୍ଠିତ ହେବ ଏଥିରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବ, ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ବ୍ୟାପକ ଵେବସ୍ଥା କରିଅଛି। ଯେପରିକି ଲୋକନାଥ ମନ୍ଦିର ଭିତରେ ୨ ଜଣ ଡିସପି, ୮ ଜଣ ଇନିସ୍ପେକଟର, ୩୨ ଜଣ ସଆଇ/ଏସଆଇ, ୫୨ ଜଣ ହାବିଲଦାର/କନେଷ୍ଟବଳ, ୫୬ ଜଣ ହୋମଗାର୍ଡ, ୪ ପ୍ଲାଟୁନ ଫୋର୍ସ ଏହାସହ ଲୋକନାଥ ମନ୍ଦିର ବାହାରେ ୨ ଜଣ ଇନିସ୍ପେକଟର, ୨ ଜଣ ସଆଇ/ଏସଆଇ, ୪ ଜଣ ହାବିଲଦାର/କନେଷ୍ଟବଳ, ୮ ଜଣ ହୋମଗାର୍ଡ, ୨ ସେକ୍ସନ ଫୋର୍ସ। ଏହାସହ ଆଜିରାତିରୁ ୧ ଜଣ ଡିସପି, ୧ ଜଣ ଇନିସ୍ପେକଟର, ୧ ଜଣ ସଆଇ/ଏସଆଇ, ୧ ସେକ୍ସନ ଫୋର୍ସ। ଏହାସହ ଟ୍ରାଫିକ ପାଇଁ ୧ ଜଣ ଡିସପି, ୧ ଜଣ ଇନିସ୍ପେକଟର, ୪ ଜଣ ସଆଇ/ଏସଆଇ, ୧୦ ଜଣ ହାବିଲଦାର/କନେଷ୍ଟବଳ, ୧୦ ଜଣ ହୋମଗାର୍ଡ, ୨ ସେକ୍ସନ ଫୋର୍ସ। ଏହାସହ କଣ୍ଟ୍ରୋଲରୁମ ପାଇଁ ୧ ଜଣ ଡିସପି, ୨ ଜଣ ଇନିସ୍ପେକଟର, ୨ ଜଣ ସଆଇ/ଏସଆଇ, ୪ ଜଣ ହାବିଲଦାର/କନେଷ୍ଟବଳ, ୪ ଜଣ ହୋମଗାର୍ଡ, ୪ ସେକ୍ସନ ଫୋର୍ସ ନିୟୋଜିତ କରାଯାଇଛି। ଏହି ପବିତ୍ର ପଙ୍କଉଦ୍ଧାର ଏକାଦଶୀ ପାଇଁ ପୁରୀ ପୋଲିସ ତରଫରୁ ଜଣେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ୫ ଜଣ ଡିସପି, ୧୫ ଜଣ ଇନିସ୍ପେକଟର, ୪୧ ଜଣ ସଆଇ/ଏସଆଇ, ୭୨ ଜଣ ହାବିଲଦାର/କନେଷ୍ଟବଳ, ୮୨ ଜଣ ହୋମଗାର୍ଡ, ୬ ପ୍ଲାଟୁନ ୧ ସେକ୍ସନ ଫୋର୍ସ ନିୟୋଜିତ କରାଯାଇଛି। ଏହାସହ ପୁରୀ ପୋଲିସ ସମସ୍ତଙ୍କ ସହଯୋଗରେ ଏହି ପବିତ୍ର କାର୍ଯ୍ୟ ସଫଳ କାମନା କରୁଅଛି।
